ଭଗବାନ ଶିବଙ୍କ ତପସ୍ୟା କରି ବରଦାନ ପାଇଥିଲେ ଶନିଦେବ

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ସୂର୍ଯ୍ୟ ତଥା କର୍ମଫଳ ଦାତା ବୋଲି କୁହାଯାଏ। ଶନିଦେବଙ୍କୁ ନ୍ୟାୟମୂର୍ତ୍ତି ମଧ୍ୟ କୁହାଯାଏ। ଶନିଦେବଙ୍କ ସମ୍ପର୍କରେ ଲୋକଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ସେଥିପାଇଁ ଅନେକ ଲୋକ ଶନିଦେବଙ୍କୁ ମାରକ, ଅଶୁଭ ଏବଂ ଦୁଃଖର କାରକ ବୋଲି କହିଥାନ୍ତି। କଶ୍ୟପ ଗୋତ୍ରୀୟ ଶନିଦେବଙ୍କ ମାତା ସୂର୍ଯ୍ୟ ପତ୍ନୀ ଛାୟା। ପୌରାଣିକ କଥା ଅନୁସାରେ ଶନିଦେବଙ୍କ ଜନ୍ମସ୍ଥାନ ମହାରାଷ୍ଟ୍ରର ସିଙ୍ଗାଣାପୁରରେ।

ମହର୍ଷି କଶ୍ୟପ ଶନି ସ୍ତୋତ୍ରର ଏକ ମନ୍ତ୍ରରେ ସୂର୍ଯ୍ୟ ପୁତ୍ର ଶନିଦେବଙ୍କୁ ମହାବେଳୀ ଓ ଗ୍ରହମାନଙ୍କ ରାଜା ବୋଲି କହିଛନ୍ତି। ସୌରିଗ୍ରହରାଜେ ମହାବଳ: ପୌରାଣିକ ମାନ୍ୟତା ଅନୁସାରେ ଶନିଦେବ ଭଗବାନ ଶିବଙ୍କ ଭକ୍ତି ଓ ତପସ୍ୟା କରି ନବଗ୍ରହରେ ସର୍ବଶ୍ରେଷ୍ଠ ସ୍ଥାନ ପ୍ରାପ୍ତ କରିଛନ୍ତି।

ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ସୂର୍ଯ୍ୟ ନିଜ ପତ୍ନୀ ଛାୟାଙ୍କ ପାଖକୁ ଯାଇଥିଲେ। ସୂର୍ଯ୍ୟଙ୍କ ପ୍ରକାଶ ଓ ଉଜ୍ଜ୍ୱଳ କିରଣ ଯୋଗୁଁ ତାଙ୍କ ପତ୍ନୀ ଆଖି ବନ୍ଦ କରିଦେଲେ। ସେଥିପାଇଁ ତାଙ୍କୁ ଶ୍ୟାମଳ ବର୍ଣ ପୁତ୍ର ଶନିଦେବ ପ୍ରାପ୍ତ ହୋଇଥିଲେ। ଶନିଦେବଙ୍କ ଶ୍ୟାମଳ ବର୍ଣ ଦେଖି ସୂର୍ଯ୍ୟ ଛାୟାଙ୍କ ଉପରେ ଆରୋପ ଲଗାଇଲେ ଯେ ସେ ତାଙ୍କ ପୁତ୍ର ନୁହେଁ। ସେଥିପାଇଁ ଶନିଦେବ ନିଜ ପିତାଙ୍କ ଉପରେ କ୍ରୋଧିତ ହୋଇଗଲେ।

ଏହାପରେ ଶନିଦେବ ଭଗବାନ ଶିବଙ୍କ ଘୋର ତପସ୍ୟା କଲେ ଓ ନିଜ ଶରୀରକୁ ଜାଳିଦେଲେ। ଭଗବାନ ଶିବ ଶନିଦେବଙ୍କ ଭକ୍ତିରୁ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଥିଲେ। ଶନିଦେବ ବର ମାଗିଥିଲେ ଯେ ଯୁଗ ଯୁଗ ଧରି ତାଙ୍କ ମାତା ଛାୟାଙ୍କ ପରାଜୟ ହେଉଛି। ତାଙ୍କ ମାତା ପିତା ସୂର୍ଯ୍ୟଙ୍କ ଦ୍ୱାରା ଲଗାତାର ନିର୍ଯ୍ୟାତିତ ହେଉଛନ୍ତି। ସେଥିପାଇଁ ସେ ନିଜ ପିତାଙ୍କ ଠାରୁ ଅଧିକ ପୂଜ୍ୟ ହେବାକୁ ଚାହୁଁଛନ୍ତି ଯେପରି ତାଙ୍କ ଅହଂକାର ଭାଙ୍ଗିଯିବ ବୋଲି ସେ ଶିବଙ୍କୁ କହିଥିଲେ। ଭଗବାନ ଶିବ ଶନିଦେବଙ୍କୁ ବରଦାନ ଦେଇଥିଲେ ଯେ ଶନିଦେବ ନବଗ୍ରହଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେବେ। ପୃଥିବୀଲୋକରେ ନ୍ୟାୟାଧୀଶ ଏବଂ ଦଣ୍ଡାଧିକାରୀ ହେବେ ଏବଂ ଲୋକଙ୍କ କର୍ମ ଅନୁଯାୟୀ ନ୍ୟାୟ ଓ ଦଣ୍ଡ ଦେବେ।

ମତ୍ସ୍ୟ ପୁରାଣରେ ଶନିଦେବଙ୍କ ରୂପ ବର୍ଣ୍ଣନା କରାଯାଇଛି। ତାଙ୍କ ଶରୀର ନୀଳମଣି ସହ ସମାନ। ସେ ଶାଗୁଣା ଉପରେ ବସନ୍ତି। ତାଙ୍କର ଗୋଟିଏ ହାତରେ ଧନୁସର ଓ ଅନ୍ୟ ହାତରେ ବରମୁଦ୍ରାରେ ଥାଆନ୍ତି। ଶନିଦେବ ସର୍ବଦା ନିଜ ଭକ୍ତଙ୍କୁ ସାହାଯ୍ୟ କରନ୍ତି, ନିଜ ଭକ୍ତଙ୍କ ଡାକ ଶୁଣନ୍ତି। ଦେଶର ଅନେକ ସ୍ଥାନରେ ଶନିଦେବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ଶନିବାର ଦିନ ଭକ୍ତ ଶନିଦେବଙ୍କୁ ଦର୍ଶନ କଲେ ଶନିଦେବ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି।

nis-ad
Leave A Reply

Your email address will not be published.