ଓଡ଼ିଶାରେ ୧୫୦୩ କରୋନା ସଂକ୍ରମିତ ଚିହ୍ନଟ, ୨୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୫୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୨୯ଜଣ ଶିଶୁ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୧ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦ଜଣ, ବରଗଡ଼ ଜିଲ୍ଲାରୁ ୨୧ଜଣ, ଭଦ୍ରକ ଜିଲ୍ଲାରୁ ୨୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୩ଜଣ, ବୌଦ୍ଧ ଜିଲ୍ଲାରୁ ୧୦ଜଣ, କଟକ ଜିଲ୍ଲାରୁ ୮୩ଜଣ, ଦେଓଗଡ଼ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ଜଣ, ଗଜପତି ଜିଲ୍ଲାରୁ ୩୭ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ଜଣ, ଜଗତସିଂହପୁର ଜିଲ୍ଲାରୁ ୪୨ଜଣ, ଯାଜପୁର ଜିଲ୍ଲାରୁ ୫୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୭ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ଜଣ, କନ୍ଧମାଳ ଜିଲ୍ଲାରୁ ୧୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୩୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୩୩ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମାଲକାନଗିରି ଜିଲ୍ଲାରୁ ୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯ଜଣ, ନୟାଗଡ଼ ଜିଲ୍ଲାରୁ ୫୩ଜଣ, ନୂଆପଡ଼ା ଜିଲ୍ଲାରୁ ୨୫ଜଣ, ପୁରୀ ଜିଲ୍ଲାରୁ ୫୪ଜଣ, ରାୟଗଡ଼ା ଜିଲ୍ଲାରୁ ୩୧ଜଣ, ସମ୍ବଲପୁର ଜିଲ୍ଲାରୁ ୨୬ଜଣ, ସୋନପୁର ଜିଲ୍ଲାରୁ ୨୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ଜଣ, ଷ୍ଟେଟ ପୁଲ୍ ରୁ ୬୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯୮୧୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୨୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, କଟକ, ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ଢେଙ୍କାନାଳ , ଗଞ୍ଜାମ , ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, ନୂଆପଡ଼ା, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୪୧୫୯୭ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୯୩୮୬ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । । ଗତକାଲି ସୁଦ୍ଧା ରାଜ୍ୟରେ ୨୮୧୦୦୭୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।

nis-ad
Leave A Reply

Your email address will not be published.