ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଅଟକାଇଛି ପୋଲିସ । ରାଲିକୁ ବାଧା ଦେବାରୁ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ତେବେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ରାଲି କରୁଥିଲା ବିଜେପି ।

ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ବାହାରିଥିଲେ ବିଜେପି କର୍ମୀ । ହତ୍ୟାର ୪ ମାସ ବିତି ସାରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ଥିବା ଅଭିଯୋଗ ହୋଇଛି । ଦୋଷୀକୁ ଖସାଇ ଦେବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି ।

nis-ad
Leave A Reply

Your email address will not be published.