ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର୍

କୋରାପୁଟ (୭/୨) : ସଦର ଅବକାରୀ ଏଏସଆଇ ଅରୋପଲକ ଦାଶ ଓ ଅନ୍ୟମାନେ ଆଜି ପାଟ୍ରୋଲିଂ କରୁଥିବାବେଳେ ସଦର ଥାନା ଶୁକ୍ରିଗୁଡା ଗ୍ରାମ ନିକଟ ଜଙ୍ଗରୁ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ସଦର ଅବକାରୀ ଓଆଇସି ଦିଲ୍ଲୀପ କୁମାର ରଥ ସୂଚନା ଦେଇଛନ୍ତି ।

ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ବିଭାଗୀୟ ଟିମ୍ ଆଜି ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଶୁକ୍ରିଗୁଡା ଗ୍ରାମ ନିକଟ ଜଙ୍ଗଲରୁ ୩୦ ଲିଟର ଦେଶୀ ରନ୍ଧା ମଦ ଚଢାଉ କରିଥିଲା । ତେବେ ଘଟଣାରେ କେହି ଗିରଫ ହୋଇ ନଥିବା ଜଣା ପଡିଛି ।

ଚଢାଉରେ ଅବକାରୀ କନେଷ୍ଟବୁଲ୍ ସବିତା ପୁଜାରୀ, ରାମ ଗୌଡ,ଆର୍.ଭେଙ୍କେଟ୍ କୁମାର,ପ୍ରଶାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.