ସୁନା ଅଳଙ୍କାର ଲୁଟେରା ଗିରଫ, ବିଭିନ୍ନ ଥାନାରେ ୧୦୦ରୁ ଊର୍ଦ୍ଧ୍ୱ କେସ୍‌

କଟକ: କଟକ କମିଶନରେଟ୍‌ ପୋଲିସ ହାତରେ ପେଷାଦାର ଲୁଟେରା । ବାଦାମବାଡି ଥାନା ପୋଲିସ ଜଣେ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣକ ହେଲେ ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ୍ୱ ଅପରାଧିକ କେସ୍‌ ରହିଛି ।

ଗତ ୨୯ ତାରିଖରେ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ କରିଥିଲା ହେମନ୍ତ । ତା ନିକଟରୁ ୬୦ ଗ୍ରାମ ଚୋରି ସୁନା ଜବତ କରାଯାଇଛି । ଏହାସହ ତା ନିକଟରୁ ଚୋରି ସୁନା କିଣିଥିବା ବୈଦ୍ୟନାଥ ସାହୁକୁ ମଧ୍ୟ ଗିରଫ କରିଛି ପୋଲିସ୍‌ ।

nis-ad
Leave A Reply

Your email address will not be published.