୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନରସିଂହପୁର ଥାନା IIC

ଆଠଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନରସିଂହପୁର ଥାନା ଆଇଆଇସି । ଆଇଆଇସିଙ୍କ ନାଁ ହେଉଛି ଅଲେଖ ଗରଡ଼ିଆ । ଆଜି ଗୋଟିଏ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନରସିଂହପୁର ଥାନା ଆଇଆଇସି ।

ଏହି ଘଟଣା ପରେ ଉକ୍ତ ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି ।ଏହି ଖୋଳତାଡ଼ରେ ଜଣେ ଡ଼ିଏସପି , ୪ ଜଣିଆ ଇନ୍ସପେକ୍ଟରଙ୍କ ସହିତ ୮ ଜଣିଆ ଟିମ୍ ମଧ୍ୟ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ପୁର୍ବରୁ ମଧ୍ୟ ଆଇଆଇସିଙ୍କ ନାଁ ଅନେକ ଅଭିଯୋଗ ଥିଲା । ପରେ ଏହି ଆଧାରରେ ଆଇଆଇସିଙ୍କ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେବାର ଖବର ପାଇ ଅଚାନକ ଚଢାଉ ଆରମ୍ଭ କରିଥିଲା ଭିଜିଲାନ୍ସ ଟିମ୍ ।

nis-ad
Leave A Reply

Your email address will not be published.