ଭାରତରତ୍ନ ଲତାଙ୍କ ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତରତ୍ନ ଲତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ । ତାଙ୍କ ପରଲୋକ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ । ସମଗ୍ର ସଙ୍ଗୀତ ଜଗତ ପ୍ରତି ଏହା ଅପୀରଣୀୟ କ୍ଷତି ।

ସେ ‘ମେଲୋଡି କୁନ୍ ଅଫ୍ ଇଣ୍ଡିଆ’ । ଆମର ସାମୂହିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡିଦେଇ ଚାଲିଗଲେ । ସେ ଚୀରକାଳ ପାଇଁ ନିଜ ସଙ୍ଗୀତକୁ ନେଇ ବଞ୍ଚି ରହିବେ । ତାଙ୍କର ବିୟୋଗରେ ମୁଁ ଗଭୀର ମର୍ମାହତ, ଶୋକ ସ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

nis-ad
Leave A Reply

Your email address will not be published.