ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ, ଖୁବ୍ ଶୀଘ୍ର ଭଲ ସ୍ଥିତିକୁ ଫେରିବା : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଦୈନିକ ଟେଷ୍ଟିଂ ୬୦ ରୁ ୬୨ ହଜାର ରହୁଛି। ହେଲେ ଏତେ ଜଲ୍ଦି ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉନଥିଲା। ବର୍ତ୍ତମାନ ଦ୍ରୁତ ଗତିରେ ସଂକ୍ରମଣ ହ୍ରାସ ପାଉଛି ।

ଯେଉଁଭଳି ଭାବେ ସଂକ୍ରମଣ କମୁଛି ଗ୍ରହଣୀୟ ଅବସ୍ଥାକୁ ଫେରିବା। ସଂକ୍ରମଣ ସମ୍ପୂର୍ଣ୍ଣ କମିଲା ବୋଲି କହି ପାରିବା। କୌଣସି ମହାମାରୀ ଶେଷ ହୁଏନି। ପାନଡେମିକ୍ ଧୀରେ ଧୀରେ ଏଣ୍ଡେମିକ୍ ହୁଏ। ବର୍ତ୍ତମାନ ଆମେ ଭଲ ସ୍ଥିତିରେ ଅଛୁ। ଭଲ ସ୍ଥିତିକୁ ବି ଫେରୁଛୁ।

ସେହିପରି କୋଭିଡ୍ ମୃତ୍ୟୁକୁ ନେଇ କହିଛନ୍ତି ଯେ, କୋଭିଡ ପିକ୍ ସମୟରେ ଅଧିକ ହସ୍ପିଟାଲାଇଜେସନ ହୋଇଛି। ସେହି ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ବଢୁଛି। ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ସମ୍ଭାବନା ରହୁଛି। ସେହିପରି ଆଇସିୟୁରେ ଥିବା ରୋଗୀଙ୍କ ମଧ୍ୟରୁ ୨୦-୩୦ ପ୍ରତିଶତ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ଅବସ୍ଥାକୁ ଯାଇଥାଏ। ଏହା ସହ ଅନ୍ୟ ଦୁରାରୋଗ୍ୟରେ ପୀଡିତ ଯୋଗୁଁ ବି ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟ ହେଉଛି। ଅନ୍ୟ ରୋଗରେ ପୀଡିତ ଥାଇ ବି ପଜିଟିଭ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ ମୃତ୍ୟୁ ବୋଲି ଗଣାଯାଉଛି। ବର୍ତ୍ତମାନ ସାଧାରଣ ବେଡରେ ୫୩୨ ଜଣ, ଆଇସିୟୁରେ ୪୭୩ ଜଣ ଓ ୮୫ ଜଣ ଭେଣ୍ଟିଲେଟରରେ ଅଛନ୍ତି।

ସ୍କୁଲ ଖୋଲିବା ସକ୍ରାନ୍ତରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା.

ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ, କଲେଜ। ଏହି ପ୍ରସଙ୍ଗରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସର୍ଭେଲାନ୍ସ ଜାରି ରହିବ। ଗାଁମାନଙ୍କରେ ଆଶା କର୍ମୀ ଅଛନ୍ତି। ଆର୍‌ଆର୍‌ଟି ଟିମ୍ ବି ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ ତେଣୁ ଅଭିଭାବକମାନଙ୍କର ଦାୟିତ୍ୱ ରହିବ। ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ଶିକ୍ଷକମାନେ ବି ସାମାଜିକ ଦୂରତା ସହ ସଫାସୁତୁରା ରଖି ଭେଣ୍ଟିଲେସନ ରୁମରେ କାର୍ଯ୍ୟ କରିବାକୁ ପରାମର୍ଶ ରହିଛି । କିଛି ଲକ୍ଷଣ ପାଇଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି।

nis-ad
Leave A Reply

Your email address will not be published.