ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨ହଜାର ୧୦୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧ହଜାର ୨୨୯ଜଣ ରହିଥିବାବେଳେ ୮୭୭ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୨୪ଜଣ ଛୁଆ ଅଛନ୍ତି ।
ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୪୨୯, ଅନୁଗୁଳରୁ ୯୭, କଟକରୁ ୧୪୫, ବାଲେଶ୍ୱରରୁ ୪୦, ବରଗଡରୁ ୧୭, ଭଦ୍ରକରୁ ୪୦, ବଲାଙ୍ଗୀରରୁ ୬୫, ବୌଦ୍ଧରୁ ୫୫, ଦେବଗଡରୁ ୯, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୩୨, ଯାଜପୁରରୁ ୫୩, ଝାରସୁଗୁଡାରୁ ୫୬, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୭୬, କେନ୍ଦୁଝରରୁ ୪୦, କେରାପୁଟରୁ ୪୫, ମାଲକାନାଗିରିରୁ ୭, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୪୩, ନୟାଗଡରୁ ୭୦, ନୂଆପଡାରୁ ୩୮, ପୁରୀରୁ ୩୪, ରାୟଗଡାରୁ ୪୩, ସମ୍ବଲପୁରରୁ ୫୬, ସୋନପୁରରୁ ୩୭, ସୁନ୍ଦରଗଡରୁ୨୧୯, ରାଜ୍ୟପୁଲରୁ ୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଗତ ୨୪ ଘଣ୍ଟାରେ ଆଉ ୨୩ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୩୪କୁ ବୃଦ୍ଧି ପାଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ, ପୁରୀ ଜିଲ୍ଲାରୁ ୩ ଜଣଙ୍କର ଦେହାନ୍ତ ହୋଇଛି । ସେହିପରି ନୟାଗଡ଼ ଏବଂ କୋରାପୁଟରୁ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।