ରାଜଧାନୀରେ ଗଡିବ ଇ-ବସ୍‌: କ୍ରୁଟ୍‌

ଭୁବନେଶ୍ୱର: ଏବେ ରାଜଧାନୀ ଭୁବନେଶ୍ୱର ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ପ୍ରଦୂଷଣ । ଯାହାକୁ ନେଇ ରାଜଧାନୀରେ ଇ-ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ।

୨୦୧୯ରୁ ଏହି ଯୋଜନା କରାଯାଇଥିବା ବେଳେ ଆସନ୍ତା ଏପ୍ରିଲ ମାସରୁ ରାଜଧାନୀରେ ଇ-ବସ୍ ଚଳାଚଳ ନେଇ ସୂଚନା ଦେଇଛି କ୍ରୁଟ୍ ।

କ୍ରୁଟ୍ ପକ୍ଷରୁ ଏପ୍ରିଲ ମାସ ଆରମ୍ଭରୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବରେ ୫ଟି ବସ୍ ଚଳାଚଳ କରିବ ଏହାପରେ ପର୍ଯ୍ୟାୟ କ୍ରମେ ଆହୁରି ୨୦୦ ବସ୍ ଏଥିରେ ସାମିଲ କରାଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

ବସ୍‌ର ପ୍ରତି ସିଟ୍‌ରେ ୟୁଏସ୍‌ବି ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସୁବିଧା ଉପଲବ୍ଧ ରହିବ । ଏହି ବସ୍ ଶବ୍ଦ ସହ ବାୟୁ ପ୍ରଦୂଷଣମୁକ୍ତ ।

ରାଜଧାନୀରେ ୨ଶହରୁ ଊର୍ଦ୍ଧ୍ୱ ଇ-ବସ୍ ଚାଲିଲେ ୩୦ପ୍ରତିଶତରୁ ଅଧିକ ପ୍ରଦୂଷଣ କମିପାରିବ ବୋଲି କୁହାଯାଉଛି । ସେଥିପାଇଁ ଇ-ବସ୍‌କୁ ପ୍ରାଥମିକତା ଦେବାକୁ କ୍ରୁଟ୍ ସ୍ଥିର କରିଛି ।

nis-ad
Leave A Reply

Your email address will not be published.