ସାନ ଭାଇର ସ୍ତ୍ରୀ ର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର, ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର…

ଦାରିଙ୍ଗବାଡ଼ି :, ପୂର୍ବ ଘଟଣାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ସାନ ଭାଇର ସ୍ତ୍ରୀର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଝିମାବାଡ଼ି ଗ୍ରାମର ଲୁସିଆନ ନାୟକ ଓ ତାର ସ୍ତ୍ରୀ ନିବେଦିତ ଦିଗାଲଙ୍କ ମଧ୍ୟରେ ବହୁଦିନ ଧରି ଚାଲିଥିବା ଅଶାନ୍ତିକୁ ନେଇ ଦାରିଙ୍ଗବାଡ଼ି ଥାନାରେ ଆଜି ଜନ ପ୍ରତିନିଧିଙ୍କୁ ନେଇ ଆଲୋଚନା କରାଯାଉଥିଲା । ଏହି ବୈଠକ ସମୟରେ ଲୁସିଆନ ନାୟକଙ୍କ ସ୍ତ୍ରୀ ନିବେଦିତା ଦିଗାଲ ଉତ୍କ୍ଷିପ୍ତ ହୋଇ ଲୁସିଆନ ନାୟକଙ୍କ ବଡ଼ ଭାଇ ଗୋଲକ ନାୟକଙ୍କ ସ୍ତ୍ରୀ ଆରାଜିନି ନାୟକଙ୍କୁ ହଠାତ ଆକ୍ରମଣ କରିଥିଲା । ଏଥିରେ ନିବେଦିତାଙ୍କ ମା କୁନିତା ଦିଗାଲ ଓ ଅନ୍ୟ ମାନଙ୍କ ସହଯୋଗରେ ମାଡ଼ ମାରିବା ସହ ଆରାଜିନିଙ୍କ ତଳି ପେଟରେ ଲାଥ ମାରିଥିଲେ । ଫଳରେ ଘଟଣା ସ୍ଥଳରେ ଆରାଜିନି ମୂର୍ଚ୍ଛା ହୋଇ ଚେତା ହରାଇଥିଲେ । ସେଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଆରାଜିନି ଗୁରୁତର ଆହତ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଇଛି । ଏହି ଘଟଣାରେ ଆରାଜିନି ନାୟକଙ୍କ ସ୍ୱାମୀ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.