ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି…

ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେ ବିଜେପି ଦଳର ଅଭିଯୋଗ ଭିତ୍ତିହୀନ ଏବଂ ନିର୍ବାଚନ ହାରିବା ଭୟ ବିଜେପି କୁ ଘାରିଛି ବୋଲି ବିଜେଡି ବରିଷ୍ଠ ନେତା ଶ୍ରୀ ରାଜେନ୍ଦ୍ର ପଣ୍ଡା ମତ ରଖିଛନ୍ତି । କାଲିମେଳା ପାର୍ଥିନୀ ଙ୍କୁ ଚେକ ଦେବା ଏବଂ କନେଷ୍ଟବଳ ସୁଧୀର ସ୍ୱାଇଁ ଙ୍କୁ ବିଜେଡି ଲୋକକହି ମିଛରେ ଜନସାଧାରଣ ଙ୍କୁ ବିଜେଡି ଦଳ ବିରୋଧୀ କରିବା ବିଜେପି କୁ ଚଳିତ ନର୍ବାଚନ ରେ ମହାଙ୍ଗା ପଡିବ । ବିଜେଡ଼ି ଦଳ ଶୃଙ୍ଖଳିତ ଏବଂ ସଂମାନୀୟ ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତି ସୁଶାସନ ଯୋଗୁଁ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ବିଜେପି ଜିଲ୍ଲା ରେ ନିଜର ବିଧାୟକ ଓ ଜିଲ୍ଲା ପରିଷଦ ଥାଇ ମଧ୍ୟ ଲୋକଙ୍କ ସେବା ନକରିବାରୁ ଆଜି ବିଜେପିର ଏହିଭଳି ଅବସ୍ଥା । ଲୋକେ ସଠିକ ସମୟରେ ବିଜେପି ର ଅସଲମୁଖା ଖୋଲିଦେବେ ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମତ ରଖିଥିଲେ ।

nis-ad
Leave A Reply

Your email address will not be published.