ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ଅନୁଷ୍ଠିତ…


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ କିପରି ସୁଚାରୁ ରୂପେ ପରିଚାଳନା କରାଯାଇପାରିବ ଏବଂ ବ୍ଲକ ସ୍ତରୀର ଆନୁସଙ୍ଗିକ ପରିଚାଳନା ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅଧୀନରେ ରେ ଥିବା ଜମି ଜମା ସଂକ୍ରାନ୍ତୀୟ ସମସ୍ୟା ର ସମାଧାନ ବିଷୟରେ ସମୀକ୍ଷା କରାଯାଇଥିଲା। ତତ ସହିତ ୫ଟି ସ୍କୁଲ ରୂପାନ୍ତ କରଣ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ନିର୍ବାଚନ ରେ ନିୟୋଜିତ ସମସ୍ତ କର୍ମଚାରୀ ଙ୍କୁ ଶତ ପ୍ରତିଶତ କୋବିଡ଼ ଟୀକାକରଣ ନିର୍ଦ୍ଧାରିତ ସମୟ ପୂର୍ବରୁ କରିବା ପାଇଁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦେଶ ଦେଇଥିଲେ।
ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ , ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପ ଜିଲ୍ଲାପାଳ, ଅକ୍ଷୟ ସୁନିଲ ଅଗ୍ରୱାଲ, ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ଅଭୀମନ୍ୟୁ ମାଝୀ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ ଅତିରିକ୍ତ ପିଡ଼ି ଡ଼ି ଆର ଡ଼ି ଏ , ଦେବୀ ପ୍ରସାଦ ଟାଲି, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ନିର୍ବାହୀ ଯନ୍ତ୍ରୀ, ସୁଦାମ ଚରଣ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଦୀପ କୁମାର ନାଗ, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଡ଼ଃ ପ୍ରଦୋଷ ପଣ୍ଡା, ଜିଲ୍ଲା ମସ୍ୟ ଅଧିକାରୀ ଜି. ଜଗଦୀଶ ରାଓ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ଛାୟା ପ୍ରକଳ୍ପ, ଲଷ୍ମୀଧର ଜେନା,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଧନପତି ନାୟକ, ଦୁର୍ଗମାଧବ ପଣ୍ଡା, ତ୍ରିପତି ବାଲାଜୀ ସାହୁ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ବିଭୁ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.