ରାୟଗଡ଼ା ଜିଲ୍ଲାପାଳଙ୍କ କୋଲନରା ବ୍ଲକ ଗସ୍ଥ : “୪ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ”…


ରାୟଗଡା-: ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କୋଲନରl ବ୍ଳକ ଗସ୍ଥ କରିଛନ୍ତି l ଏହି ପରିଦର୍ଶନ ସମୟରେ ୪ଟି ବିଦ୍ୟାଳୟ ଗୁଡିକର ରୂପାନ୍ତରିଣ କlର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l ସେହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର କୋଲନରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗଦମ୍ବା ସରକାରୀ ଉଚ୍ଚବିଦ୍ୟlଳୟ , ଇମ୍ଫା ଥେରୁବାଲି ସରକାରୀ ଉଚ୍ଚବିଦ୍ୟଳୟ ଓ ପୂଜାରୀଗୁଡା ଉଚ୍ଚବିଦ୍ୟଳୟକୁ ପରିଦର୍ଶନରେ ଯାଇ ସେଠାକାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ l ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ,ବିଜ୍ଞାନ ଗାଁର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବ ଉପରେ କାର୍ଯ୍ୟ କ୍ରମକୁ ଅନୁଧ୍ୟାନ କରିଥିଲେ l ଏହି ଗସ୍ତବେଳେ ଜିଲ୍ଲାପାଳ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସମସ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ , ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତବେଳେ ପୂଜାରୀଗୁଡା ସରପଞ୍ଚ ଓ ବିଦ୍ୟାଳୟ ସଭାପତି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ବିଶେଷ କରି ବିଦ୍ୟାଳୟ ଖେଳପଡ଼ିଆ ଓ ନଗବଳୀ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ l
ଜିଲ୍ଲାପାଳ ପରିଦର୍ଶନ ବେଳେ , ବିଡ଼ିଓ ତାପସ ଭୋଇ,, ଅତିରକ୍ତ ବିଡ଼ିଓ ନୃସିଂହ ନାଥ ପଟନlୟକ, ସହକାରୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

ରାୟଗଡା ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
nis-ad
Leave A Reply

Your email address will not be published.