ହିଞ୍ଜିଳି : ରାସ୍ତା ନିମନ୍ତେ କଣଭାଗ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି…


ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶେରଗଡ଼ ବ୍ଳକ ର କଣଭାଗ ଗ୍ରାମକୁ ଆଜିପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାଟିଏ ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ନିର୍ବାଚନ ଆସିଲେ ରାସ୍ତାପାଇଁ ରାଜନେତା ଠାରୁ ଆରମ୍ଭକରି ପ୍ରସାଶନିକ ଅଧିକାରୀ ମାନେ ପ୍ରତିଶୃତି ଦିଅନ୍ତି ଏବଁ ନିର୍ବାଚନ ପରେ ସବୁ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଥାଏ । ଗୋଟିଏପଟେ ରାଜ୍ୟ ସରକାର ଓ ଶାଶକ ଦଳର ନେତାମାନେ ବିକାଶର ଡ଼ିଡ଼ିମ ପିଟୁଥିବା ବେଳେ ପ୍ରୟୋଗଶାଳାର କଣଭାଗ ଗ୍ରାମରେ ଦୁଇଟି ଔାର୍ଡ଼ ନିମନ୍ତେ ପଚାଁୟତ ଭୋଟ ବର୍ଜନ ନିଷ୍ପତି ନିମନ୍ତେ ସଜବାଜ ହେଉଥୀବା ଜଣାପଡିଛି ।ଏହା କୌଣସି ଦୁର୍ଗମ ଅଞ୍ଚଳ ନୁହଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ଠୁରୁବୁରାଈ ପଚାଂୟତର କଣଭାଗ ଗ୍ରାମ ନିମନ୍ତେ ସ୍ବତନ୍ତ୍ର ରାସ୍ତା ପାଇଁ ମରିଚିକା ସଦୃଶ ।ଶେରଗଡ଼ ବ୍ଳକ ୨୨ ଗୋଟି ପଚାଁୟତ଼ର୍ କୁ ନେଇଗଠିତ ।ଶେରଗଡ଼ ବ୍ଳକ ଅନ୍ତର୍ଗତ ଠୁରୁବୁରାଇ ପଚାଁୟତ ଠୁରୁବୁରାଇ ଗ୍ରାମ,ଖାସପା ଗ୍ରାମ,ମାରାୁଡ଼ି ଗ୍ରାମ ଓ କଣଭାଗ ଗ୍ରାମକୁ ନେଇ ଗୋଟିଏ ପଚାଁୟତ ଗଠିତ ।କଣଭାଗ ଗ୍ରାମକୁ ଯିବା ନିମନ୍ତେ ଦୁଇଟି ରାସ୍ତା ଅଛି ଗୋଟିଏ ଗୋଠ ଗାଁ ଛକ ଠାରୁ ଗୋଠ ଗାଁ ଦେଇ ୨୦୦ ମିଟର ଓ ଅନ୍ୟ ମାରୁଡ଼ି ଦେଇ ୨ କିଲୋମିଟର ଦେଇ କଣଭାଗ ଗ୍ରାମ ସଡ଼କ ସଂଯୋଗ ହୋଈଛି ।ଗୋଠ ଗାଁ ଵନ୍ଧ ହୁଡା ଦେଇ କଣଭାଗ ଗ୍ରାମ ନିମନ୍ତେ ମୂଖ୍ୟ ରାସ୍ତାରେ ଗୋଠ ଗାଁ ଲୋକଙ୍କ ଭୋଜିଭାତ ହେଲେ ଓ ଗାଇ ବଳଦ ବନ୍ଧା ଯାଇଥିଲେ ଗାଡ଼ି ଯିବା ଆସିବା ସମ୍ଭବପର ହେଉନାହିଁ । କଣଭାଗ ଗ୍ରାମ କୁ ଯାତାୟାତ ସମୟରେ ଗୋଠ ଗାଁ ଲୋକଙ୍କ ସହ ସବୁ ବେଳେ କଥାକଟା କଟି ହୋଇ ଗଣ୍ଡଗୋଳ ମଧ୍ୟ ହୋଇଥିବା ଗ୍ରାମବାସୀ କହିଛନ୍ତି ।କଣଭାଗ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ଗେଠେଗାଁ ଓ କଣଭାଗ ର ଦୁଇ ବନ୍ଧ ମଧ୍ୟରେ କିଛି ଲୋକ ସରକାରୀ ଜମିକୁ ଜବରଦଖଲ ରଖିଛନ୍ତି ।ଅନ୍ୟ ପକ୍ଷରେ ନିଜସ୍ୱ ଜମି କିଛି କିଣି କଣଭାଗ ଗ୍ରାମକୁ ସ୍ୱତନ୍ତ୍ର ରାସ୍ତା ନିମନ୍ତେ ଗ୍ରାମବାସୀ ସଭା ସମିତି କରିଥିଲେ ମଧ୍ୟ ଫଳ ଶୁନ ।୨୦୧୭ ଗତ ତ୍ରୀସ୍ତରୀୟ ପଚାଁୟତ ନିର୍ବାଚନ ସମୟରେ ସ୍ୱତନ୍ତ୍ର ରାସ୍ତା ନିମନ୍ତେ ସାଶକ ଦଳର ନେତାମାନେ ପ୍ରତିଶୃତି ଦେଇଥିଲେ ।ପରେ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ଗ୍ରମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨୨ ଲକ୍ଷ ଟଙ୍କାର ସେତୁ ଓ ରାସ୍ତା ନିମନ୍ତେ ଟେଣ୍ଡର ପ୍ରକ୍ରିୟା ହୋଇଥିବା ଗ୍ରାମବାସୀ କହିଛନ୍ତି ।ପରବର୍ତି ସମୟରେ ରାଜନୈତିକ କାରଣରୁ ରଦ୍ଦ ହୋଇଯାଇଥିବା କହିଛନ୍ତି ।ରାସ୍ତା ପାଇଁ ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କା ଅନୁଦାନ ଅସୁଛି କିନ୍ତୁ ଏହି କଣଭାଗ ଗାଁ ନିମନ୍ତେ ସ୍ୱତନ୍ତ୍ର ରାସ୍ତାଟିଏ ହେବା ମରିଚିକା ପାଲଟିଛି ।ରାସ୍ତା ପାଇଁ କଣଭାଗ ଗ୍ରାମବାସୀ ଗତ ୨୦୨୧ ଜୁନ ଓ ଜୁଲାଇ ମାସ ଖାଦ୍ୟ ସୁରକ୍ଷା ରେ ପାଉଥିବା ଚାଉଳ ମଧ୍ୟ ଜିଦରେ ଉଠାଇ ନ୍‌ଥିବା ଗ୍ରାମବାସୀ କହିଛନ୍ତି ।ଗତ ଜୁନ ଓ ଜୁଲାଇ ମାସରେ ସାଶକ ଦଳର ନେତାଙ୍କ ଠାରୁ ଆରମ୍ଭ କରି ଶେରଗଡ଼ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ । କଣଭାଗ ଗ୍ରାମବାସୀ ସ୍ୱତନ୍ତ୍ର ରାସ୍ତା ନିମନ୍ତେ ଗାଁ ଲୋକମାନେ ପ୍ରସାଶନର ନେହୁରା ହେବା ସତ୍ୱେ ପ୍ରସାଶନ ଠାରୁ ଆରମ୍ଭ କରି ରାଜନେତା ମାନଙ୍କ କୁମ୍ଭକର୍ଣ ନିଦ୍ରା ଭାଙ୍ଗି ନାହିଁ ।ଆସନ୍ତା ୧୬ ରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଵର୍ଜନ ନିମନ୍ତେ ସଜଵାଜ ହେଉଥିବା ଜଣାପଡିଛି। ଏଥି ଯୋଗୁଁ କଣଭାଗ ଗ୍ରାମବାସୀ ୧୩ ଓ ୧୪ ନ୍ର‌୍ଂ ଔାର୍ଡ଼ ନିମନ୍ତେ ଔାର୍ଡ଼ ମେମ୍ବର ପ୍ରାର୍ଥୀ ନିମନ୍ତେ ନାମାଙ୍କନ ପତ୍ର କେହି ପକାଇନଥିବା ବେଳେଗ୍ରାମର ମୋଟ ୮୧୦ ଭୋଟର ଭୋଟ ବର୍ଜନ ନିଷ୍ପତି ନିମନ୍ତେ ସଜବାଜ ହେଉଥିବା ଜଣାପଡ଼ିଚି ।ଠୁରୁବୁରାଇ ପଚାଁୟତର କଣଭାଗ ନିମନ୍ତେ ସ୍ୱତନ୍ତ୍ର ରାସ୍ତା ନିର୍ବାଚନ ପ୍ରସଙ୍ଗ ପାଲଟିଛି ।

ହିଞ୍ଜିଳି ପ୍ରତିନିଧି // ନିସର୍ତ୍ତ ନିୟୁଜ
nis-ad
Leave A Reply

Your email address will not be published.