ବ୍ରହ୍ମପୁର : ବରିଷ୍ଠ କଳାକାର ମହାସଂଘ ତରଫରୁ ବେଳାଭୂମି ସଫେଇ…

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ସୁନାପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଯାଇଛି । କଳାକାରମାନେ କେବଳ ସମାଜ ସଚେତକ ନୁହନ୍ତି, ପ୍ରତ୍ୟେକେ ଜଣେ ଜଣେ ସମାଜ ସଂସ୍କାରକ । ନିଜେ ସମାଜ ସେବାରେ ଆତ୍ମିକ, କାୟିକ ଓ ବାଚିକ ସହଯୋଗ ରଖିଥାନ୍ତି ବୋଲି ମହାସଂଘ ସଭାପତି ସୀମାନ୍ତ ନଟରାଜ ତିରୁପତି ସାହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏଭଳି ମନ୍ତବ୍ୟ ରଖିଥିଲେ । ସୁଶ୍ରୀ ଚାନ୍ଦମାମା ବେହେରା, ଦୀପକ ସ୍ଵାଇଁ, ବଳଦେବ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ରଜନୀ ବେହେରା, ପୀଙ୍କୁ ଚୌଧୁରୀ ପ୍ରମୁଖ ବହୁ କଳାକାର ସ୍ୱଚ୍ଛ ବେଳା ଭୂଇଁ କର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.