ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିଶ୍ଚିତ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀ ଲେହା ନାୟକ ମୃତ…

ନିସର୍ତ୍ତ ପରିବାର ତରଫରୁ ଗଭିର ଶ୍ରଦ୍ଧାଞ୍ଜଳି….

ଦାରିଙ୍ଗବାଡ଼ି:, ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ବଡ଼ସାହି ସୁଦର୍ଶନ ନାୟକ ଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଲେହା ନାୟକ , ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତର ଖାନା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।ଏହି ଖବର ପ୍ରସାରିତରୁ ଵ୍ରହ୍ମଣୀଗାଁ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଲେହା ନାୟକଙ୍କ ଆସୁ ଆରୋଗ୍ୟ ପାଇଁ ଜାତି ଧର୍ମ ନିର୍ବିଶେଷରେ ପ୍ରାର୍ଥନା କରିବା ସହିତ ବିଭିନ ସଙ୍ଗଠନ, ବଦାନ୍ୟ ବ୍ୟକ୍ତି ବିଶେଷ ଓ ବ୍ରାହ୍ମଣୀଗାଁ ସ୍ଥିତ ମହିଳା ଗୋଷ୍ଠି ଆର୍ଥିକ ସହାୟତାର ହାତ ବଢ଼େଇ ଆସିଥିଲେ। ବିଧିର ବିଧାନ ଲେହା ନାୟକ ସମସ୍ତଙ୍କ ସହଯୋଗ ସତ୍ତ୍ୱେ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି ଗତ ଏକମାସ ରୁ ଉର୍ଦ୍ଧ୍ବ ହେବ ପେଟ ଯନ୍ତ୍ରଣାରେ ଜୀବନ ମରଣ ସହ ସଂଘର୍ଷ କରି ଆସୁଥିଲେ। ସ୍ବାସ୍ଥ୍ୟ ଖରାପ ଥିଲେ ବି ପାଠ ପଢାରେ ମନ ଦେଇ ଦଶମ ଶ୍ରେଣୀର ସାରାଂଶ- ୧ପରୀକ୍ଷ ବି ଦେଇଛନ୍ତି । ବାପା ସୁଦର୍ଶନ ନାୟକ ଜଣେ କୁଲି ମଜୁରିୟା। ଗାଁରେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହେବାରୁ ସୁରତରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଝିଅର ଦେହ ହଠାତ୍ ଖରାପ ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ନେଇଥିଲେ। ଅର୍ଥ ଅଭାବରୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପୁଣିଥରେ ବ୍ରହ୍ମପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅଧିକା ଖର୍ଚାନ୍ତ ହେବାରୁ ଭାଙ୍ଗି ପଡିଥିଲେ। ବହୁ ବଦାନ୍ୟ ବ୍ୟକ୍ତି ଓ ମହିଳା ମାନଙ୍କ ଉଦ୍ୟମରୁ ଲେହାର ବାପ ସୁଦର୍ଶନ ନାୟକ ଝିଅର ଆରୋଗ୍ୟ ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଭାଗ୍ୟ ବଶତଃ ଲେହା ନାୟକ ସମସ୍ତଙ୍କୁ ପର କରି ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚ ଘଣ୍ଟା ବେଳେ ମୃତ୍ୟୁ ବରଣ କରିଥିବା ବାପା ସୁଦର୍ଶନ ନାୟକଙ୍କ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.