ଚଢାଉ ପରେ ଆଇ.ପି.ଏସ ଅଧିକାରୀ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀମାନେ ଗଣତି କରି ହାଲିଆ…

ନୂଆଦିଲ୍ଲୀ: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ଅବସରପ୍ରାପ୍ତ ଆଇପିଏଏସଙ୍କ ଘରୁ ମିଳିଲା ଅଗଣତି ଟଙ୍କା। ଯାହାକୁ ଦେଖି ଆଇଟି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ବର୍ତ୍ତମାନ ତିନିଦିନ ଧରି ଏହି ଟଙ୍କା ଗଣତି ଚାଲିଛି। ଏ ପର୍ଯ୍ୟନ୍ତ କେତେ ଟଙ୍କା ହୋଇଛି ତାହାର ସୂଚନା ପ୍ରଦାନ କରାଯାଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ନୂଆଦିଲ୍ଲୀର ନୋଇଡା ସେକ୍ଟର 50 ରେ ଜଣେ ଆଇପିଏସ ଅଧିକାରୀ ରାମ ନାରାୟଣ ସିଂ ରହୁଛନ୍ତି। ତାଙ୍କ ଘରେ ନଗଦ ଟଙ୍କା ଥିବାର ସନ୍ଦେହ କରି ଗତ ରବିବାର ଦିନ ଇନକମ ଟ୍ୟାକ୍ସ ବିଭାଗ ଚଢାଉ କରିଥିଲା। ଏହି ଚଢାଉ ବେଳେ ଅଧିକାରୀମାନେ ତାଙ୍କ ଫ୍ଲାଟର ବେସମେଣ୍ଟରେ ବିପୁଳ ପରିମାଣର ଟଙ୍କା ରଖିଥିବାର ଜଣାପଡିଥିଲା।

ଅଧିକାରୀ ଜଣଙ୍କ ତାଙ୍କ ଫ୍ଲାଟର ବେସମେଣ୍ଟଟି ତାଙ୍କର ବିଜେନେସ ଉଦ୍ଦେଶ୍ୟରେ ନେଇଥିବାର ଜଣାପଡିଛ। ସେହି ବେସମେଣ୍ଟରେ ସେ 690ଟି ଲକର ନିର୍ମାଣ କରିଛନ୍ତି। ସେହି ଲକର ଭିତରେ ଏହି ଟଙ୍କା ରଖିଥିବାର ଆଇଟି ଅଧିକାରୀମାନେ ଜାଣିପାରିଛନ୍ତି।

ରବିବାରରୁ ଏହି ଚଢାଉ କରି ଆଇଟି ଅଧିକାରୀମାନେ ଟଙ୍କା ଗଣତିରେ ନିୟୋଜିତ ଅଛନ୍ତି। ତାଙ୍କ ଘରୁ କେବଳ 2000 ଏବଂ 500 ଟଙ୍କିଆ ନୋଟ ମିଲିଛି। ତେବେ ଏ ପର୍ଯ୍ୟନ୍ତ ତାହାର ଗଣତି ଶେଷ ହୋଇ ନାହିଁ। ଏହି ଆଇପିଏସ ଅଧିକାରୀ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସହିତ ଜଡିଥିବାର ଅନୁମାନ କରାଯାଇଛି।

nis-ad
Leave A Reply

Your email address will not be published.