ପୁଣି ଗୋଳନ୍ଥରା ଥାନା କୁ ଉଠିଲା ଆଙ୍ଗୁଠି : ଥାନା ପରିସରରେ ଦେହରେ ନିଆଁ ଲଗାଇଲେ ଯୁବକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…


ବ୍ରହ୍ମପୁର : ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରାରେ ଏକ ଅଭଭାନୀୟ ଘଟଣା ଘଟିଯାଇଛି  । ଗୋଳନ୍ଥରା ଥାନା ପରିସରରେ ଜଣେ ଯୁବକ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି  । ଯୁବକ ଜଣକ ହେଉଛନ୍ତି ରଣ୍ଡା ଅଂଚଳ ସନ୍ତୋଷ ସାମନ୍ତରାୟ ଓରଫ କାଳିଆ।ତେବେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଶରୀରର ସମ୍ପର୍ଣ୍ଣ ଭାଗ ପୋଡ଼ି ଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସୋମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ତେବେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। । ସନ୍ତୋଷ କୁ କେହି ବ୍ୟକ୍ତି ବାରମ୍ବାର ଧମକ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ ଗତକାଲି ରାତିରେ ଯାଇଥିଲେ। ପରବର୍ତ୍ତୀ ସମୟରେ ଥାନା ବାହାରେ ପୂର୍ବରୁ ରଖିଥିବା କିରୋସିନକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଥାନା ପରିସରରୁ ଦୌଡ଼ି ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ପରେ ଥାନାରେ ଥିବା ପୋଲିସ କର୍ମୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରି ଗୁରୁତ୍ତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରିଥିଲା  । ତେବେ କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି  । ଏନେଇ ପୋଲିସର ତଦନ୍ତ ଆରମ୍ଭ କରିଥିବା ବେଳେ ଏମକେସିଜି ମେଡିକାଲରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି  । ସେପଟେ କାଳିଆ ଗତ କାଲି ସଂଧ୍ୟା ୯.୩୦ ବେଳେ ଘରୁ ବାହାରିଥିବା ବେଳେ କେଉଁଆଡେ ଯାଉଛି ସେ ନେଇ ପରିବାର ଲୋକଙ୍କୁ କିଛି କହିନଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା କଲେ ସେ ନେଇ ପରିବାର ଲୋକ ମଧ୍ୟ କିଛି ଜାଣିନଥିବା କହିଛନ୍ତି  । କିନ୍ତୁ ଆଜି ସକାଳେ ସନ୍ତୋଷଙ୍କ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଥାଉକି ତଳ ଦିନେ ଏହି ଗୋଳନ୍ଥରା ଥାନାରେ ଏକ ହାଜତ ମୃତ୍ୟୁ ହୋଇଥିଲା ଯାହାକୁ କେବଳ ଗଞ୍ଜାମ ଜିଲ୍ଲା ନୁହଁ ଓଡିଶା ରେ ଏହା ଚହଳ ପକାଇ ଥିଲା ଯାହାକୁ ନେଇ ବ୍ରହ୍ମପୁର ପୋଲିସ ର କାର୍ଯ୍ୟକରତା ଉପରେ ସନ୍ଧେହ ଉପୁଜି ଥିଲା ପୁଣି କିଛି ଦିନ ର ବ୍ୟବଧାନ ରେ ଜଣେ ଯୁବକ ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କୁ ନେଇ ପୋଲିସ ଉପରକୁ ଆଙ୍ଗୁଠି ଉଠୁଛି, ଯୁବକଟି କେଉଁ କାରଣ ରୁ ଆତ୍ମହତ୍ୟା କଲା ପୁଣି ଗୋଲନ୍ଥରା ପୋଲିସ ଥାନା ପରିସରରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ଏହା ତଦନ୍ତ ସାପେକ୍ଷ l ତଥାପି କିଛି ତ କାରଣ ନିଶ୍ଚିନ୍ତ ଉଙ୍କି ମାରୁଛି ହୁଏତ ସନ୍ତୋଷ ବାରମ୍ବାର ଥାନାକୁ ଅଭିଯୋଗ ନେଇ ଯାଇଥାଇ ପାରେ କିନ୍ତୁ ପୋଲିସ ତାଙ୍କୁ ସହଯୋଗ ର ହାତ ବଢ଼ାଇ ନଥାଇ ପାରେ ଯାହା ଫଳରେ ହତାଶ ହୋଇ ଶେଷରେ ଏହି ନିଷ୍ପତ୍ତି ନେଇ ଥାଇ ପାରନ୍ତି ବୋଲି ଲୋକେ ଅଭିଯୋଗ ଆଣୁଛନ୍ତି କାରଣ ଯଦି ଆତ୍ମହତ୍ୟା ସନ୍ତୋଷ କରିଥାନ୍ତେ ତେବେ ଥାନା ପରିସରରେ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା l ଏଠାରେ ଆଉ ଗୋଟିଏ କଥା ଉଠୁଛି ଯାହା କି ରଣ୍ଢା ଗ୍ରାମର ବୁବୁ ପଣ୍ଡା ହତ୍ୟା ଘଟଣା ରେ ସନ୍ତୋଷ ସାକ୍ଷୀ ଥିବା ସୂଚନା ମିଳିଛି କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ସାକ୍ଷ କାଟିଥିବା ଜଣା ପଡିଛି, ସେ ଯାହାବି ହେଉ ଏହି ମୃତ୍ୟୁ ରହସ୍ଯ ଗୋଟିଏ ଅଡୁଆ ସୁତା ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲୋଟିଛି ଦେଖା ଯାଉ ପୋଲିସ ଏହି ରହସ୍ୟରୁ କେବେ ପରଦା ହଟାଇବ ତାହାକୁ ଅପେକ୍ଷା

ଘଟଣାର ତଦନ୍ତ ରେ ବ୍ରହ୍ମପୁର ଏସ ପି.. ପିନାକୀ ମିଶ୍ର……
nis-ad
Leave A Reply

Your email address will not be published.