କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର ନିଗମ – “ପୀତବାସ ପଣ୍ଡା”

ବ୍ରହ୍ମପୁର -ସହରରେ ପୋଖରୀ ଖୋଳା, ଗଛ ଲଗାଇବା, କରୋନା ସମୟରେ ବାଉଁଶ ବେରିକେଟ ଓ ବୁଲା ପଶୁଙ୍କୁ ଖାଦ୍ୟ ଦେବାରେ ଅନିୟମିୟତା ଓ ଦୁର୍ନୀତି ଅଭିଯୋଗ ପରେ ବର୍ତ୍ତମାନ ବ୍ରହ୍ମପୁର ସହରକୁ ସୁନ୍ଦର କରିବାକୁ ସରକାରୀ କାନ୍ଥ ମାନଙ୍କ’ରେ ମହାନଗର ନିଗମ ତରଫରୁ କରାଯାଉ ଥିବା ଚିତ୍ରରେ ବ୍ୟାପକ ଅନିୟମିୟତା ଓ ଦୁର୍ନୀତି ହୋଇଥିବା ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ଅଭିଯୋଗ କରିଛନ୍ତି l ଧୂଳିଧୂସରରେ ପରିପୂର୍ଣ ତଥା ସହରରେ କୌଣସି ସାହିରେ ଚାଲିବା ପାଇଁ ଉପଯୁକ୍ତ ରାସ୍ତାଟିଏ ନଥିବା ବେଳେ କାହିଁକି ଓ କେଉଁ ଆଧାରରେ ଲୋକଙ୍କ ଟିକସ ଟଙ୍କାକୁ ପାଣିପରି ଚିତ୍ର ଅଙ୍କିବା ନାଁ’ରେ ସରକାର ଖର୍ଚ୍ଚ କରିଛନ୍ତି ତାର ହିସାବ ଲୋକଙ୍କୁ ଦେବା ଦରକାର l ଶ୍ରୀ ପଣ୍ଡା ନିକଟରେ ସୂଚନା ଅଧିକାର ଆଇନ ବଳରେ ମାଗିଥିବା ତଥ୍ୟ ଅନୁଯାଇ ଗତ 10ବର୍ଷରେ ସହରରେ କାନ୍ଥ ଗୁଡ଼ିକରେ କରାଯାଉଥିବା ଚିତ୍ର ଗୁଡିକରେ ମହାନଗର ନିଗମ କେତେ ଟଙ୍କା ଖର୍ଚ୍ଚ କରିଛି ଓ ତାହାର ମାପକାଠି କଣ ବୋଲି ପଚାରିଥିଲେ l ମହାନଗର ନିଗମ ଅଧିକାରୀ ଦଶବର୍ଷର ହିସାବ ଦେବାରେ ବିଫଳ ହେବାସହ ମାତ୍ର 10ମାସର ଖର୍ଚ୍ଚର ହିସାବରେ କହିଛନ୍ତି, ଗତ 15-5-20 ରୁ 25-3-21 ମଧ୍ୟରେ ବିଭିନ୍ନ ଚିତ୍ରକର ସଂସ୍ଥାକୁ 2କୋଟି 89ଲକ୍ଷ 73ହଜାର 588ଟଙ୍କା ପୈଠ କରିଛନ୍ତି l ଅତଏବ ଯଦି ମହାନଗର ନିଗମ ମାତ୍ର 10 ମାସରେ କାନ୍ଥ ଲେଖାରେ ଏତେ ବିପୁଳ ପରିମାଣର ଲୋକଙ୍କ ଟିକସ ଟଙ୍କାକୁ ଖର୍ଚ୍ଚ କରିଛନ୍ତି ତେବେ ଗତ ଦଶବର୍ଷ ମଧ୍ୟରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଓ ତାହା କାହା ସ୍ୱାର୍ଥରେ ବୋଲି ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି l ନିକଟରେ ବିକାଶ ନାଁ’ରେ ସହରର ଲୋକଙ୍କ ଘରପାନୁକୁ ବୃଦ୍ଧି କରାଯିବା କଣ ଚିତ୍ର ଅଙ୍କିବାକୁ ଉଦ୍ଧିଷ୍ଟ ଥିଲା କି ବୋଲି ଶ୍ରୀ ପଣ୍ଡା ପଚାରିଵା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବୀ କରିଛନ୍ତି ଓ ଖୁଵଶୀଘ୍ର ଏହି ବାବଦରେ ପୌରସଂସ୍ଥାକୁ ଘେରାଉ କରାଯିବ ବୋଲି କହିଛନ୍ତି l

nis-ad
Leave A Reply

Your email address will not be published.