ଫେବ୍ରୁଆରୀରେ ମୋଦି ଆସୁଛନ୍ତି ହ୍ବାଇଟ ହାଉସ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ଫେବ୍ରୁଆରୀରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ଗଣମାଧ୍ୟମକୁ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ସୋମବାର ଭାରତର ପ୍ରଦାନମନ୍ତ୍ରୀ ମୋଦିଙ୍କ ସହ ଅନେକ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଗକୁ ମୋଦିଙ୍କ ସହ ୱା-ଟୁ-ୱାନ ଆଲୋଚନା ହେବ । ଫେବ୍ରୁଆରୀରେ ମୋଦି ହ୍ବାଇଟ ହାଉସ ଗସ୍ତରେ ଆସିବେ । 

ନଭେମ୍ବର ୭ରେ ଟ୍ରମ୍ପ ବିଜୟ ହେବା ପରେ ଫୋନ କରି ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଟ୍ରମ୍ପ ପ୍ରତି ଉତ୍ତରରେ ଧନ୍ୟବାଦ ଦେବା ସହ ଆପଣଙ୍କୁ ପୁରା ଦେଶ ଭଲପାଉଥିବା କହିଥିଲେ । ସେତେବେଳେ ଟ୍ରମ୍ପ କହିଥିଲେ ମୋର ଅତି ପ୍ରିୟ ଭାରତ । ବନ୍ଧୁତାରେ ଭାରତ ଉପରେ ବିଶ୍ବାସ କରିହେବ । 

ଟ୍ରମ୍ପ ସରକାର ଆସିବା ପରେ ଏବେ ପୁରା ବିଶ୍ବର ନଜର ଆମେରିକା ଉପରେ । ବିଶେଷ କରି ଡୋନାଲ୍ଟ ଟ୍ରମ୍ପ କେଉଁ ଦେଶ ପ୍ରତି କିଭଳି ଆଭିମୁଖ୍ୟ ରଖୁଛନ୍ତି ତା ଉପରେ ସମସ୍ତଙ୍କ ଆଖି । ପୂର୍ବ ଟର୍ମରେ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ ମୋଦି ଆମେରିକା ଯାଇଥିଲେ । ଟ୍ରମ୍ପ ମଧ୍ୟ ଭାରତ ଆସିଥିଲେ । ଉଭୟଙ୍କ ବନ୍ଧୁତା ପୁରା ବିଶ୍ବ ଦେଖିଥିଲା । ସେଥିପାଇଁ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଭାରତୀୟ ବ୍ୟାଣ୍ଡ ବାଜିଥିଲା । ଆଉ ଏବେ ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଆମେରିକା ଗସ୍ତ ଖବର ଉପରେ ଚର୍ଚ୍ଚା ହେବା କିଛି ନୂଆ କଥା ନୁହଁ । 

ଏମିତି ଦେଖିବାକୁ ଗଲେ ଟ୍ରମ୍ପ ଆସିବା ପରେ ପାକିସ୍ତାନ ଓ ଚୀନର ଟେନସନ ବଢିଯାଇଛି । ଚୀନ ଉପରେ ବ୍ୟବସାୟିକ ଆମଦାନୀ ଶୁଳ୍କ ବୃଦ୍ଧି ହେବା ନେଇ ଟ୍ରମ୍ପ ସଂକେତ ଦେଇଥିବାବେଳେ ପାକିସ୍ତାକୁ ତାଲିବାନୀ ଶରଣାର୍ଥୀ ନେଇ କୌଣସି ସହାୟତା ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ଆମେରିକା ଉପରେ ଅସନ୍ତୁଷ୍ଟ ଅଛନ୍ତି ଉଭୟ ଚୀନ ଓ ପାକିସ୍ତାନ । ଆଉ ଏମିତି ସ୍ଥିତିରେ ଭାରତ ସହ ସଂପର୍କ ମଜଭୁତ ହେବାକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଟ୍ରମ୍ପଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦି ଆମେରିକା ଯାଉଛନ୍ତି କି ନାହିଁ ଏନେଇ ଭାରତ ସରକାରଙ୍କ ପକ୍ଷରୁ କିଛି ସୂଚନା ମିଳିନି । 

nis-ad
Leave A Reply

Your email address will not be published.