ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ । ନୟାପଲ୍ଲୀ ସ୍ଥିତ ଅନ୍ୟ ଏକ ଘରକୁ ବିଳମ୍ୱିତ ରାତିରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତର ଘର ସାଲିଆ ସାହି ବୋଲି ଜଣାପଡିଛି । ସେ ଜଣେ ନିଶାସକ୍ତ ଯୁବକ ବୋଲି କହିଛି ନୂଆପଲ୍ଲୀ ପୋଲିସ ।  ତେବେ ଏନେଇ ନିରଞ୍ଜନ ପଟ୍ଟନାୟକ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି ।

ସେପଟେ ପୂର୍ବରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରିରେ ଟେର ପାଉନି କମିଶନରେଟ ପୋଲିସ । ୨ ଦିନ ପରେ ବି ମିଳୁନି ଲୁଟେରାର ପତା ।  ସିସିଟିଭି ଆଧାରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ତନାଘନା ଚଳାଇଛି। ଆଜି କିଛି ଲୋକଙ୍କୁ ପଚରାଉଚରା କରାଯାଇପାରେ ।  ଚୋରି ପୂର୍ବରୁ ଅପରାଧି ରେକି କରିଥିବା ସନ୍ଦେହ କରାଯାଉଛି ।  କ୍ରାଇମ ସିନରୁ ଜଣେ ଏକ୍ସପର୍ଟ ଚୋରି କଲା ପରି ଲାଗୁଥିବା କହିଛନ୍ତି ପୋଲିସ କମିଶନର। ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି ।  ଶନିବାର ବିଳମ୍ବିତ ରାତିରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ହୋଇଥିଲା ଲୁଟ ।

nis-ad
Leave A Reply

Your email address will not be published.