ସମ୍ପ୍ରସାରିତ ହେବ କଟକ, ସିଡିଏରେ ମିଶିବ ୧୦୨ ଗାଁ

କଟକ: ବୃଦ୍ଧି ପାଇବ ସିଲଭର ସିଟି କଟକର ସୀମା । କଟକ ସହିତ ସାମିଲ ହେବ ଆହୁରି ଅନେକ ଗାଁ । କଟକର ସୀମାକୁ ସମ୍ପ୍ରସାରିତ କରି ସିଡିଏ ସହିତ ଆଉ ୧୦୨ଟି ଗାଁକୁ ଯୋଡା ଯିବ । ଏନେଇ ସୂଚନା ଦେଇଛନ୍ତି, ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର ।

ସେ କହିଛନ୍ତି, କଟକ ସମ୍ପ୍ରସାରିତ ହେବ । ଏଥିରେ ମିଶିବ ୧୦୨ ଟି ଗାଁ । ଏହିସବୁ ଗାଁ କଟକ ଓ ଭୁବନେଶ୍ୱର ମଧ୍ୟରେ । ଏନେଇ ରାଜ୍ୟ ସରକାରଙ୍କୁ ସିଡିଏ ତରଫରୁ ପ୍ରସ୍ତାବ ଦିଆଯାଇଛି । ବିଡିଏ ଓ ସିଡିଏର ସୀମା ଗୋଟିଏ ହେବ । ବାଙ୍କୀ ଓ କଟକ-ସଦରର ନିର୍ବାଚନ ମଣ୍ଡଳୀର ଗାଁ ଗୁଡ଼ିକ ରହିଛି । ପୂର୍ବରୁ ଏଥିରେ ୨୮୭ଟି ଗାଁ ମିଶାଯାଇଥିଲା । ଏେ ଆଉ ୧୦୨ଟି ମିଶ୍ରଣ କରାଯିବ ।

nis-ad
Leave A Reply

Your email address will not be published.