ମଣିପୁର ଜେଡିୟୁ ଅଧ୍ୟକ୍ଷଙ୍କୁ ପଦରୁ ହଟାଇଲେ ନୀତୀଶ କୁମାର, ଏନଡିଏରୁ ପ୍ରତ୍ୟାହାର କରିଥିଲେ ସମର୍ଥନ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଣିପୁର ପ୍ରଦେଶ ଅଧ୍ୟକ୍ଷ ବୀରେନ ସିଂହଙ୍କୁ ପଦରୁ ହଟାଇଛି । ମଣିପୁରର ଏନଡିଏ ସରକାରରୁ ଜେଡିୟୁ ସମର୍ଥନ ଫେରାଇ ନେଇଥିବା ନେଇ ବୀରନେ ସିଂହ ଚିଠି ଲେଖିଥିଲେ । ଏହାପରେ ପାର୍ଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସମର୍ଥନ ଫେରାଇ ନେବା ପତ୍ରରେ ଜେଡିୟୁ ଅଧ୍ୟକ୍ଷ ଲେଖିଥିଲେ ଯେ ମଣିପୁରରେ ପାର୍ଟିର ୫ ବିଧାୟକ ପୂର୍ବରୁ ବିଜେପିରେ ସାମିଲ ହୋଇସାରିଛନ୍ତି । ଏବେ ଜେଡିୟୁର କେବଳ ଜଣେ ବିଧାୟକ ଅଛନ୍ତି, ଯିଏ ବିଜେପି ନେତୃତ୍ୱାଧୀନ ସରକାରରେ ସାମିଲ ନାହାନ୍ତି ।
ବୀରେନ ସିଂହ ମଣିପୁର ରାଜ୍ୟାପଳଙ୍କୁ ସମର୍ଥନ ପ୍ରତ୍ୟାହାର ନେଇ ଚିଠି ଲେଖିଥିଲେ । ଏଥିରେ ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଜେଡିୟୁର ଜଣେ ମାତ୍ର ବିଧାୟକ ଅବଦୁଲ ନାସର ଅଛନ୍ତି, ତାଙ୍କୁ ଗୃହରେ ବିରୋଧୀ ସଦସ୍ୟ ରୂପେ ଦେଖାଯାଉଛି । ଅନ୍ୟପଟେ ମଣିପୁର ପ୍ରଦେଶ ଅଧ୍ୟକ୍ଷଙ୍କୁ ପଦରୁ ହଟାଇ, ନୀତୀଶ କୁମାର ନିଜ ସହଯୋଗୀ ଦଳ ବିଜେପିକୁ ଏକ ସନ୍ଦେଶ ଦେବାକୁ ଚାହିଁଛନ୍ତି । ମଣିପୁରରେ ସମର୍ଥନ ପ୍ରତ୍ୟାହର ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ନିଆଯାଇ ନାହିଁ ଏବଂ ଏହା ରାଜ୍ୟ ନେତୃତ୍ୱଙ୍କ ନିଷ୍ପତ୍ତି ଥିଲା ବୋଲି ସନ୍ଦେଶ ଦେଇଛନ୍ତି ।
ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି ଯେ ମଣିପୁରରେ ପାର୍ଟିକୁ ନେଇ କିଛି ଭୁଲ୍ ଖବର ସାମନାକୁ ଆସିଛି । ଜେଡିୟୁର ମଣିପୁର ୟୁନିଟ ଅଧ୍ୟକ୍ଷଙ୍କଙ୍କୁ ଶୃଙ୍ଖଳାଗତ କାରଣରୁ ପଦରୁ ହଟାଯାଇଛି । ଏହାସହ ମଣିପୁରରେ ପୂର୍ବପରି ଏନଡିଏକୁ ଜେଡିୟୁର ସମର୍ଥନ ଜାରି ରହିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.