ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ ନୀତି ରେ ଦୁର୍ଘଟଣା ଘଟାଇଥିବା ଚୋରା ବାଲି ବୋଝେଇ ହାଇୱା…
ଦୁର୍ଘଟଣା ଗାଡିଟିକୁ ଛାଡି ଦେବାକୁ ପୋଲିସ କରୁଛି ଫିକ୍ସଙ୍ଗ….!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରରେ ପ୍ରଶାସନ ହାତରେ ଚାଲୁଛି ଶାସନ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଏଠାକାର ପ୍ରବାହିତ ଦୁଇ ନଦୀ ଋଷିକୂଲ୍ୟା ଓ ବଡ଼ ନଦୀରୁ ଅବାଧ ରେ ଦିନ ରାତି ଚୋରା ରେ ବାଲି ଲୁଟ ହେଉଛି। ଆସିକା ଅଞ୍ଚଳରୁ ରୀତିମତ ଚୋରା ବାଲି ସମ୍ପର୍କ ରେ ଏହି ତିନି ବିଭାଗ ପାଖରେ ଖଣି-ରାଜସ୍ୱ- ପୋଲିସ କୌଣସି ଅଭିଯୋଗ ହେଉଥିବା ନେଇ ବାବୁ ମାନେ ସବୁବେଳେ ସଫେଇ ଦେବାରେ ସିଦ୍ଧାହସ୍ତ ବୋଲି ଆଲୋଚନା ହେଉଛି।ଆସିକା ସୁନାମ୍ବ ସାହି ତହସିଲ ଓ ଥାନା ରାସ୍ତା ଦେଇ ପ୍ରତିଦିନ ହାଇୱା, ଟିପର ଓ ଟ୍ରକରେ ବାଲି ଚାଲାଣ ହେଉଛି।ଗତ ମଙ୍ଗଳବାର ଦିନ ଭୋର ୫ ଘଣ୍ଟା ସମୟରେ ସୁନାମ୍ବ ସାହିରେ ଜଣେ ମହିଳାଙ୍କ ଗୃହ ମଧ୍ୟକୁ ଏକ ହାଇୱା ଗାଡ଼ି ମାଡିଗଲା ଘରର ପିଣ୍ଢା ଭାଙ୍ଗିଲା ଅଳ୍ପକେ ବର୍ତ୍ତି ଯାଇ ଥିଲେ ଜଣେ ମହିଳା। ଉତ୍ତ୍ୟକ୍ତ ଲୋକେ ଉକ୍ତ ଗାଡ଼ିକୁ ଧରି ପୋଲିସ ଜିମା ଦେଇଥିଲେ। ଦଲାଲଙ୍କ ଜରିଆରେ ଗାଡ଼ି ମାଲିକ କ୍ଷତି ପୂରଣ ଉକ୍ତ ମହିଳାଙ୍କୁ ଦେଇଥିବା ଚର୍ଚ୍ଚା ହେଉଛି। ଏହି ତିନି ବିଭାଗ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବାବୁ ମାନେ କୁଆଡ଼େ କହୁଥିବା ସହର ରେ ଆଲୋଚନା ହେଉଛି।ତେବେ ସ୍ଥାୟୀ ବାସିନ୍ଦା ପୋଲିସ କୁ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଜିମା ଦେଇଥିଲେ ତେବେ ଏହା କଣ ଅଭିଯୋଗ ନୁହଁ କି…?? ଆସିକା ସହର ରେ ଲୋକେ କହୁଛନ୍ତି, ଆଖି ନାହିଁ କାନ ନାହିଁ ବାଜିଲେ ଦୋଷ ନାହିଁ ବୋଲି। ବାବୁ ମାନଙ୍କ ହାତରେ କାକୁଡ଼ି ଛୁରୀ ସେମାନେ ଯାହା କରିଲେ ହେଲା। ଆସିକା ରେ ବିନା ଅଭିଯୋଗ ରେ ବାବୁ ମାନଙ୍କ କଲମ ଚାଲୁନଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅଭିଯୋଗ କରିଲେ ମଲା ନକରିଲେ ମଲା ପୁରା ଆକ୍ସନ ମୁଡ଼ ରେ ବାବୁ ମାନେ ଏବେ। ଏଠାରେ ସୂଚନା ଥାଉକି ଆସିକା ପୋଲିସ ତଳ ଦିନେ ଘରେ ତାଲା ପଡିଥବା ଜଣେ ବ୍ୟକ୍ତି ଙ୍କ ଘରେ ପଶି ଜିନିଷ ପତ୍ର ଭଙ୍ଗା ଭଙ୍ଗି କରି ଫୋପାଡ଼ିବା କେଉଁ ନିୟମରେ ଲେଖା ଥିଲା ବୋଲି ସାଧାରଣ ରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ କୁ ନେଇ ଆଙ୍ଗୁଠି ଉଠିଥିଲା l ଆସିକା ପୋଲିସ ସାଧାରଣ ଲୋକଙ୍କ ପାଇଁ ନୁହଁ l କେବଳ ମାଫିଆ ଏବଂ ଧନୀ ମାନଙ୍କ ପାଇଁ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି l