ଭୁବନେଶ୍ୱର : ରୋଡ଼ ରୋମିଓଙ୍କ ଉପରେ ପୋଲିସର ଆକ୍ସନ। ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ । ମଡିଫାଏଡ଼ ସାଇଲେନ୍ସର ଗୁଡିକୁ ଖୋଲିଲା ପୋଲିସ । ସ୍ପୀଡ଼ ଡ୍ରାଇଭିଂ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ ।
ଜବତ ହୋଇଛି ଶହ ଶହ ସାଇଲେନ୍ସର ପାଇପ । ସେପଟେ ବେଆଇନ ମଡିଫାଏଡ଼ ସୋରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ । ଯେଉଁମାନେ ଏହାପରେ ବି ନିୟମ ଭାଙ୍ଗିବେ ତାଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଡିସିପି. ସଡକ ଦୁର୍ଘଟଣା ରୋକିବା ପାଇଁ ଏଭଳି ପ୍ରୟାସ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
କମିଶନରେଟ ପୋଲିସ ଟ୍ରାଫିକ୍ ପୋଲିସର ବଡ ଆକ୍ସନ । ରାସ୍ତାରେ ଜୋରଦାର sound କରି ଯାଉଥିବା ଗାଡିକୁ ଯବତ କରିବା ସହ କୋର୍ଟ ଚାଲାଣ କରାଯାଇଛି । ପାଖାପାଖି 100 ରୁ ଉର୍ଦ୍ଧ ବୁଲେଟ୍ ଗାଡିରୁ modified silencer କାଢ଼ିବ ସହ ଗାଡିଗୁଡିକ ଜବତ୍ କରିଛି ଭୁବନେଶ୍ବର ଟ୍ରାଫିକ୍ ଥାନା ପୋଲିସ । ଏଥିସହ fancy number , ଟ୍ରାଫିକ୍ ନିୟମ ଭାଙ୍ଗିବା ଚାଳକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଯାଇଛି ।