ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୋଲିସ୍, ମୋବାଇଲ୍‌ ଫୋନ୍ ବି ନିଷେଧ

ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି ପୁରୀ ପୋଲିସ୍ । ଏପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି । ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ସେପଟେ ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁରୀ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛନ୍ତି ପୁରୀ ଏସପି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ସେହିପରି ଗତକାଲି ଶ୍ରୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଡ୍ରୋନ ଉଡାଉଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଡ୍ରୋନ ଜବତ କରାଯାଇଛି l ମନ୍ଦିର ଭିତରେ ମୋବାଇଲ କିମ୍ବା କ୍ୟାମେରା ବ୍ୟବହାର ନ କରିବା ଲାଗି ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି ଏସପି ।

ସୂଚନା ମୂତାବକ ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଥିଲା । ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କ ବିହାରୀ ଅନନ୍ତ ଇନଷ୍ଟାଗ୍ରାମ ଓ ଫେସବୁକ୍‌ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିଲେ । ଭାଇରାଲ ଭିଡିଓରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

nis-ad
Leave A Reply

Your email address will not be published.