ଭିତରକନିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

କେନ୍ଦ୍ରାପଡା: ଚଳିତ ବର୍ଷ ଭିତରକନିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଭିତରକନିକାରେ ୧୯୩ଟି ଅଧିକ ବିଦେଶୀ ପକ୍ଷୀଙ୍କ ଆସର ଜମିଛି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଏଥିସହିତ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଛନ୍ତି, ଯାହା ଗତବର୍ଷ ତୁଳନାରେ ୩ କମ୍ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।

ତେବେ ବର୍ତ୍ତମାନ ଚଳିତ ବର୍ଷ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ? ସେମାନଙ୍କ ସଂଖ୍ୟା କେତେ ? ଗତବର୍ଷ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ବଢିଛି କି କମିଛି ?  ସେସବୁର ଟିକିନିଖି ହିସାବ ପାଇଁ ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶୀତକାଳୀନ ପକ୍ଷୀ ଗଣନା । ସମସ୍ତ ୫୨ଟି ବନଖଣ୍ଡରେ ଏବେ ଚାଲିଛି ଏକକାଳୀନ ଗଣତି  । ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳେ । ଏଥିପାଇଁ ଏହି ୩ଟି ସ୍ଥାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍‌,ହୀରାକୁଦରେ ୩୨ଟି ଟିମ୍‌,ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୨୫ଟି ଟିମ୍‌, ବଣାଇ ଡିଭିଜନର ୭ଟି ରେଞ୍ଜରେ ୧୮ଟି ଟିମ୍,କୋରାପୁଟ ବନାଞ୍ଚଳର ୫ଟି ରେଞ୍ଜରେ ୫ଟି ଟିମ୍‌  ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । ହେଲଷ ଗତ ବର୍ଷର ରେକର୍ଡ ଦେଖିଲେ, ଜଣାପଡୁଛି, ଏଥର କମ୍ ସଂଖ୍ୟକ ପକ୍ଷୀଙ୍କର ଓଡିଶା ଆଗମନ ହୋଇଛି ।

nis-ad
Leave A Reply

Your email address will not be published.