ନୟାଗଡ଼ ଜିଲ୍ଲାର ମାଟି ତଳେ ରହିଛି ଲିଥିୟମ

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ-ଜିଏସଆଇ ଏନେଇ ସଙ୍କେତ ଦେଇ । ଲିଥିୟମ୍ , କପର ଆଦି କ୍ରିଟିକାଲ ମିନେରାଲ ଖୋଜା ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର  । ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲଜି-AI  ।

ମୟୂରଭଞ୍ଜ ଜିଲ୍ଲାରେ ମାଟି ତଳେ କପର ଖୋଜିବା ପାଇଁ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି ବନ୍ଦ ଥିବା କନ୍ଧମାଳ, ମାଲକାନଗିରି ଆଦି ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଜୋର୍ ଧରିବ ଖଣିଜ ସର୍ଭେ  । ଏହା କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ କାନ୍ତା ରାଓ । କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି GSIର ବୋର୍ଡ ବୈଠକ  ।

ଏଥିରେ ସବୁ ରାଜ୍ୟର ଖଣି, GSI ଅଧିକାରୀ ଯୋଗ ଦେଇଛନ୍ତି  ।  ଓଡ଼ିଶାର ଖଣି ପରିଚାଳନା ସାରା ଦେଶ ପାଇଁ ମଡେଲ ପାଲଟିଛି ।  ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି  ।

nis-ad
Leave A Reply

Your email address will not be published.