ହାଇ ପ୍ରୋଫାଇଲ ଠକ ହଂସିତାଙ୍କ ପାଇଁ ବଢୁଛି ଅଡୁଆ, ଯୁବତୀ ଚାଲାଣ ନେଇ ମାମଲା ରୁଜୁ

ଭୁବନେଶ୍ୱର : ହାଇ ପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ପାଇଁ ବଢୁଛି ଅଡୁଆ । ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କଲା ଇନଫୋସିଟି ଥାନା ପୋଲିସ । ସ୍ପେଶିଆଲ କ୍ରାଇମ୍ ୟୁନିଟର ତଦନ୍ତକାରୀ ଅଧିକାରୀ ମାନସ ସ୍ୱାଇଁ ଙ୍କ FIR ପରେ ମାମଲା ରୁଜୁ ହୋଇଛି । ହଂସିତାଙ୍କ ନାଁରେ ଯୁବତୀ ଚାଲାଣ ନେଇ ମାମଲା ରୁଜୁ ହୋଇଛି । ତାଙ୍କ ମୋବାଇଲ ଓ ଲାପଟପରୁ ମିଳିଛି ଏକାଧିକ ଯୁବତୀଙ୍କ ଫଟୋ ଓ ଭିଡ଼ିଓ । ପ୍ରତି ବର୍ଷ ଡିସେମ୍ବର ୨୪ରେ ଅନିଲ ଜନ୍ମଦିନ ପାଳନ କରୁଥିଲେ । ଆଉ ଋଷୀୟ ଯୁବତୀଙ୍କୁ ଆଣୁଥିଲେ ଓ ଜନ୍ମଦିନ ପାର୍ଟିରେ ଯୋଗ ଦେଉଥିବା ଅତିଥିଙ୍କୁ ଯୁବତୀଙ୍କୁ ଭଟି ଦେଉଥିଲେ। ସେହି ଆଧାରରେ ମାମଲା ରୁଜୁ ହୋଇଛି।

nis-ad
Leave A Reply

Your email address will not be published.