ବାଲିଗୁଡା : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ର ଭିତ୍ତି ଭୂମି ପରଖିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଓଡିଶା ସରକାର ଏନକେ ପକ୍ଷରୁ ଗଠିତ ତିନିଜଣିଆ ଏକ କାୟାକଳ୍ପ ଟିମ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ସ୍ବଚ୍ଛତା ,ପରିମଳ ,ଆଇସିଡିସି କେନ୍ଦ୍ର ,ଟୀକା କାରଣ କେନ୍ଦ୍ର ,ପ୍ରସୂତି ଗୃହ ଓ ଅସ୍ତ୍ରପ୍ରଚାର ଗୃହର ଭିତ୍ତି ଭୂମି ,ରଞ୍ଜନ ରଶ୍ମୀ କେନ୍ଦ୍ର , ଯଖମା କେନ୍ଦ୍ର ,ଔଷଧୀୟ ପାର୍କ ପ୍ରମୁଖ ବୁଲି ଦେଖିବା ସହ ଭିର୍ତ୍ତି ଭୂମି ପରଖିବା ସହ ବିଭିନ୍ନ ରିପୋର୍ଟ ସଂଗ୍ରହ କରିଥିଲେ କାୟାକଳ୍ପ ଟିମ । କାୟାକଳ୍ପ ଟିମ ରେ ଡଃ. ଅଞ୍ଜନା ପଣ୍ଡା ,ଡଃ. ବୀଣାପାଣି ନନ୍ଦ ,ଡଃ. ରୁଦ୍ର ଦାସ ଆସିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ମନୋରଞ୍ଜନ ସାହୁ , ଗୁଣବତ୍ତା ପରିଚାଳକ ଦୁଷ୍ମନ୍ତ ସୁତାର , ଡଃ .ଗାୟତ୍ରୀ ଦେବୀ ,ଡଃ .ଏସ.ରାମ ପାତ୍ର ,ଡଃ. ବିବେକା ନନ୍ଦ ମାଲାଣ,ସୂର୍ଯ୍ୟ କାନ୍ତ ପାଢୀ ,ଅମ୍ବିକା ପାତ୍ର ଓ ଗୋପାଳ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ଟିମ କୁ ବୁଲାଇ ଭିତ୍ତି ଭୂମି ଦେଖାଇଥିଲେ । ଏହା ପରେ କାୟାକଳ୍ପ ଟିମ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର , ସମେତ ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ଗୃପ ଫୋଟ ଉଠାଇ ଏ ଭଳି ମିଳିମିଶି ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post