ଟ୍ରାଇସିଟିରେ ସାମିଲ ହେବ ପୁରୀ, ବେଆଇନ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ ।

୪ ଜଣ ସେନାନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ସହରର ୮୦ ପ୍ରତିଶତ ଜମି ମହାପ୍ରଭୁଙ୍କ ଓ ପୌରପାଳିକା ନାମରେ ଥିବାରୁ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ବର୍ଗୀକରଣ କରିବାକୁ ଆଇନଜୀବୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏଭଳି ନିଷ୍ପତ୍ତିକୁ ପୁରୀ ହୋଟେଲ୍ ଆସୋସିଏସନ ତରଫରୁ ସ୍ୱାଗତ କରାଯାଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ଅବହେଳାରୁ ବେଆଇନ୍ ନିର୍ମାଣକାର୍ଯ୍ୟ ବଢିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଯେଉଁମାନେ ଏନଓସି ଆଣିନାହାନ୍ତି ସେମାନଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହୋଟେଲ ଆସୋସିଏସ ସଭାପତି। ବେଳାଭୂମି ନିକଟରେ ଆଇନ ନମାନି ଚାଲିଛି ବେଆଇନ ନିର୍ମାଣ। ସେପଟେ ପୁରୀ ସହରର ୮୦ ପ୍ରତିଶତ ଜମିର କାଗଜପତ୍ର ବା ଏନଓସି ନଥିବାବେଳେ ଅନେକ ଜମି ପୌରସଂସ୍ଥାର ଓ ମହାପ୍ରଭୁଙ୍କ ନାମରେ ରେକର୍ଡ ଅଛି । ତେଣୁ କେଉଁ ମାନଙ୍କର ବେଆଇନ୍ ନିର୍ମାଣ ପ୍ରଶାସନ ରୋକିବ ସେଥିପାଇଁ ବର୍ଗୀକରଣ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.