କିଛି ରାଜ୍ୟସ୍ୱ ଅଧିକାରୀ ଅଛନ୍ତି ଭାଗୁଆଳି…!!
ସରକାର ଙ୍କ ନିୟମ ଓ କଟକଣା କୁ ଫୁଁ……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ନୀତିନିୟମ କୁ ଉଲଂଘନ କରି ଛତୁ ଫୁଟିଲା ଭଳି ମାଳ ମାଳ କ୍ରସର ୟୁନିଟ ସ୍ଥାପନ ହୋଇଛି। ପୁରୁଷୋତ୍ତମପୁର, କନିଶି, କୁକୁଡ଼ାଖଣ୍ଡି, ଚିକିଟି, ଆସିକା ରକସ୍ୱ ସର୍କିଲ ଅଞ୍ଚଳ ରେ ବିନା ନଥିପତ୍ର ରେ କ୍ରସର ୟୁନିଟ ଖୁଲାମ ଖୁଲା ଚାଲୁଛି। କେବଳ ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରିବା ପରେ ଜିଲ୍ଲା ବାହାର ର ବି ପଥର ମାଫିଆ ମାନେ ଏହି ସବୁ ଅଞ୍ଚଳରେ ଥିବା ପାହାଡ଼କୁ ଫୁଟାଇ ନିଜ କ୍ରସରରୁ ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଚିପ୍ସ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ କ୍ରସର ୟୁନିଟ ଖୋଲିବା ପାଇଁ ଯେଉଁ କଟକଣା ଓ ନିୟମ ରହିଛି ଯାହାକି ସ୍ୱାୟଂମ ଭଗବାନ ଚାହିଁଲେ ବି କ୍ରସର ୟୁନିଟ କରିପାରିବେ ନାହିଁ। ବାବୁ ମାନଙ୍କ ଆଶୀର୍ବାଦ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେଉଛି। ବାବୁ ମାନଙ୍କ ଡ଼ବଲ ଦରମା ଭାବେ ମାସିଆରି ବଟି ତା ସାଙ୍ଗକୁ ରାଜ କୋଷରୁ ବାବୁ ମାନଙ୍କୁ ମାସିକ ଦରମା ବି ଦିଆଯାଉଛି। ଗଞ୍ଜାମ ଜିଲ୍ଲା ରେ ଗତ କିଛି ବର୍ଷ ହେଲା ଯେଉଁ ଭଳି ଭାବେ ଖଣିଜ ଦ୍ରବ୍ୟ ଲୁଟ ଚାଲିଛି ଦେଶ ସ୍ୱାଧୀନ ହେବାପର ଠାରୁ ଏତେ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ଲୁଟ ହୋଇ ନାହିଁ, ବୋଲି ଆଲୋଚନା ହେଉଛି।ଏହି ସବୁ ଅଞ୍ଚଳ ରେ ଗଢ଼ି ଉଠିଥିବା ବେଆଇନ କ୍ରସର ମାଫିଆ ମାନଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟକରୁଛି। ଆଉ କିଛି ବର୍ଷ ପରେ ଜିଲ୍ଲାରେ ପର୍ବତ ଦେଖିବା ସ୍ବପ୍ନ ହୋଇ ରହିଯିବ। ମାତ୍ରାଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଵାଫଳରେ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡୁଛି। ଯାହା ଫଳରେ ଜଳବାୟୁ ପରିବର୍ତ୍ତନ ହୋଇ ଅଦିନିଆ ବର୍ଷା ମାତ୍ରାଧିକ ଉତ୍ତାପ ଦିନକୁ ଦିନ ବଢିବା ରେ ଲାଗିଛି। କ୍ରସର ୟୁନିଟ ରୁ ସରକାରଙ୍କ ରାଜସ୍ୱ ଯେତିକି ଆଦାୟ ହେଉଛି। ତାହା ଠାରୁ ବାବୁ,ନେତା ଓ ମାଫିଆ ମାନଙ୍କ ଶହେ ପ୍ରତିଶତ ଆଦାୟ ହେଉଥିବା ଚର୍ଚ୍ଚା ର ବିଷୟ ହୋଇଛି। ଅଧିକାଂଶ କ୍ରସର ୟୁନିଟ ରେ ଅନୈତିକ କାର୍ଯ୍ୟ କଳାପ ହେବାର ନଗ୍ନ ନମୁନା କିଛି ବର୍ଷ ପୂର୍ବେ ବାଦଗଡ଼ କ୍ରସର ୟୁନିଟ ରେ ଦେଖିବାକୁ ମିଳିଥିଲା।ଅଧିକାଂଶ ତହସିଲଦାର ମୋଟା ଅଙ୍କ ଫେଡ଼ି ଗଞ୍ଜାମ ଜିଲ୍ଲାକୁ ଆସନ୍ତି, ଏଠାରୁ ଯିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟ କ୍ରୟ କରିଵାର ନଜିର ବି ରହିଛି। ମୁଖ୍ୟତଃ କୁକୁଡାଖଣ୍ଡି, କନିସି ଏବଂ ଦିଗପହଣ୍ଡି ତହସିଲ ଅଞ୍ଚଳ ରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳୁଛି l ତହସିଲଦାର ମାନେ ମୋଟା ଅଙ୍କର ବଟି ନେଇ ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ସରକାରୀ ନିୟମ କୁ ଖୋଲାମ ଖୋଲା ଉଲଘଂନ କରି ବେନିୟମ କ୍ରସର କାରଖାନା ଖୋଲି ଅଞ୍ଚଳ ର ଧନ ଜୀବନ ପ୍ରତି ବି କ୍ଷତି ପହଞ୍ଚାଉଛନ୍ତି ଡିନାମାଇଟ ବିସ୍ପରଣ କରି ନିକଟରେ ଥିବା ଫସଲ ନଷ୍ଟ ବି ହେଉଛି ଏବଂ ବିସ୍ପରଣ ଫଳରେ ନିକଟରେ ଥିବା ଘର ମଧ୍ୟ ଫାଟ ସୃଷ୍ଟି ହେଉଛି ଅଭିଯୋଗ କଲେ ନାଲି ଆଖି, ତହସିଲଦାର କିମ୍ବା ନିକଟରେ ଥିବା ଥାନାରେ ଅଭିଯୋଗ କଲେ ଜୀବନ ରେ ମାରି ଦେବାକୁ ମିଳୁଛି ଧମକ ବୋଲି ଅଭିଯୋଗ ଅଞ୍ଚଳ ବାସିନ୍ଦା କରୁଛନ୍ତି l ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ଅନୁରୋଧ କରୁଛନ୍ତି l ଜିଲ୍ଲାର କିଛି ତହସିଲଦାର ଏହି ମାଫିଆ ମାନଙ୍କ ସହିତ ବ୍ୟବସାୟୀକ ସମ୍ପର୍କ ମଧ୍ୟ ରଖିଥିବା ଅଭିଯୋଗ ଆସୁଛି ତେଣୁ ରାଜ୍ୟ ଇ.ଡି, ସି ବି ଆଇ ଦ୍ଵାରା ଯାଞ୍ଚ କଲେ ରାଜସ୍ୱ କ୍ଷତି ସହିତ କିଛି ଭଦ୍ର ମୁଖା ପିନ୍ଧିଥିବା ଅଫିସର ଙ୍କ ଗୁମର ପଦାକୁ ଆସିଯିବ ବୋଲି ସାଧାରଣ ରେ ଦାବୀ ହେଉଛି l ଜିଲ୍ଲାରେ କେତେ କ୍ରସର ୟୁନିଟ ଅଛି ତଥ୍ୟ ମାଗିଲେ ସ୍ଥାନୀୟ ତହସିଲଦାର ପାଖରେ ଖବର ଦେବାକୁ ନରାଜ କାରଣ ଅନେକ କ୍ରସର ୟୁନିଟ ରେ ସେମାନେ ଅଛନ୍ତି ଭାଗୁଆଳି ତେଣୁ ଏହାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକ ରହିଛି l