ବଲାଙ୍ଗିର ୧୧।୧: ପୁଣି ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ । ତାମିଲନାଡୁ ରାଜ୍ୟ ଚେନ୍ନାଇ ନିକଟରେ ରେଳ ଧାରଣରୁ ବଲଙ୍ଗିର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
ବଲାଙ୍ଗିର ଟାଉନ ଥାନା ହାତୀଶାଳପଡାର ୨୪ ବର୍ଷ ବୟସ୍କ ଉମେଶ ପାଣ୍ଡେ ଏବଂ ୨୫ ବର୍ଷ ବୟସ୍କ କୁନୁ ବନଛୋର ପେଟପଟଣା ପାଇଁ ଗତ ୧ ତାରିଖରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ଚେନ୍ନାଇ ନିକଟସ୍ଥ ଏକ ରେଲୱେ ଷ୍ଟେସନରୁ ରେଲୱେ ପୋଲିସ ଫୋନ୍ କରି ପରିବାର ଲୋକଙ୍କୁ ଦୁଇଟି ଶବ ଉଦ୍ଧାର ହୋଇଥିବା କହିଥିଲେ । ଆଧାରକାର୍ଡ଼ ଓ ଫଟୋରୁ ପରିଚୟ ଜଣାପଡିଲା । ସେଠି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥି ପରିବାର ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ନିକଟରେ ଶ୍ରମ ବିଭାଗର ଅଧିକାରୀ ପହଞ୍ଚିନାହାନ୍ତି ।