କାହା ଆଶ୍ରିବାଦ ରେ ବେଆଇନ ବାଲି ଘାଟରେ ଲାଗିଥିବା ନାଲି ଫିତା ହଟିଲା ?..!

ବାଲି ମାଫିଆ ଓ ପ୍ରଶାସନ ମଧ୍ୟରେ ହୋଇଗଲା କି ଫିକ୍ସଙ୍ଗ…!!

ବ୍ରହ୍ମପୁର: ଆସିକା ର ଚୋରା ବାଲି ସମ୍ରାଟ ର ଅର୍ଥ ଆଗରେ ନେତା,ବାବୁଙ୍କ ମୁହଁ ବନ୍ଦ ହେଲା। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଞ୍ଚଳ ର ଜଣେ ବାଲି ମାଫିଆ ପ୍ରଥମେ ଜଣେ ରାଜ ନେତାର ଅଡିଅ ଭାଇରଲ କରି ଚର୍ଚ୍ଚା କୁ ଆସିଥିଲେ। ଏବେ ଚୋରା ବାଲି ସମ୍ରାଟ ଶେରଗଡ଼ ତହସିଲ ର ପାକିଡ଼ି ଠାରେ ବାଲି ଉଠାଣ ପାଇଁ ନଥିପତ୍ର କରି ଆସିକା ତହସିଲ ଅଞ୍ଚଳ ର କେନ୍ଦୁପଦର ନିକଟରେ ଥିବା ନଦୀରୁ ବେଆଇନ ଭାବେ ବାଲି ଉଠାଣ କରୁଛନ୍ତି ଯାହାକୁ ନେଇ ଅନେକ ଅଭିଯୋଗ ବି ଆସୁଛି । ଆସିକା ରାଜସ୍ୱ ବିଭାଗ ପକ୍ଷରୁ ନିଜ ଉପରୁ ଦୋଷ ନଦେଇ ସେଠାରେ ନାଲି ପତାକା ଲଗାଇ ବାଃ ବାଃ ନେଇଥିଲେ। ନାଲି ପତାକା ତାଳେ ତାଳେ ଦେଇ ବାଲି ମାଫିଆ ଚୋରା ବାଲି ଚାଲାଣ କରୁଛି। କିଛି ଦିନ ତଳେ ଗୋଦି ମିଡ଼ିଆ ବାଲି ମାଫିଆ ସାଙ୍ଗରେ ଲେଖା ଛିଡେଇ ଦେବା ପରେ ଆସିକା ର କୋଣ ଅନୁକୋଣ ରେ ଖାକି କଭର ଭିତରେ ରାବିଡି ଆସି ବୁଲିଲା। ଖାକି କଭର ର କମାଲ ଦେଖାଇଵା ପରେ ଏବେ ଏହି ବେଆଇନ କେନ୍ଦୁପଦର ବାଲି ଘାଟରୁ ୨୪ ଘଣ୍ଟା ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ହୋଇ ଚାଲାଣ ହେଉଛି ପ୍ରଶାସନ ସବୁ ଜାଣି ବଟି ଖାଇ ଚୁପ । ଆଲ୍ଲୀ ବାବା ଚାଲିଷ ଚୋର ଭଳି ସମସ୍ତେ ହାତକୁ ହାତ ମିଶାଇ ଏବେ ଆସିକା ଅଞ୍ଚଳ ରୁ ବାଲି ଲୁଟ କରୁଛନ୍ତି।କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ କୁଆଡ଼େ ଗୋପାଳପୁର ର ଆଶୀର୍ବାଦ ଥିବା ନେଇ ମଧ୍ୟ ଆସିକା ରେ ଚର୍ଚ୍ଚା ଜୋର ଧରିଛି। ଚୋରା ବାଲି ରୋକିବା ପାଇଁ ରାଜ୍ୟ ସରକାର ଏକ କମିଟି ବି କଲେ କିନ୍ତୁ ଏହାବି ଧର୍ମକୁ ଆଖିଠାର ସଦୃଶ୍ୟ l ପୋଲିସ, ଜଙ୍ଗଲ ବିଭାଗ ଏବଂ ସ୍ଥାନୀୟ ତହସିଲ ଏହି କମିଟି ରେ ଅନ୍ତର୍ଭୁକ୍ତ ତଥାପି ବାଲି ଚୋରା ଚାଲାଣ ରେ ଅଙ୍କୁଶ ଲାଗି ପାରିଲା ନାହିଁ ବାବୁ ମାନଙ୍କ ରାଜସ୍ବ ବୃଦ୍ଧି ପାଇଲା କିନ୍ତୁ ସରକାର ଙ୍କ ରାଜସ୍ୱ କ୍ଷତି ହେବାରେ ଲାଗୁଛି l ଜିଲ୍ଲା ପ୍ରଶାସନ ନିଜ ପାଉଣା ନେଇ ଚୁପ ତେଣୁ ରାଜ୍ୟ ସରକାର ଏବଂ ଇଡି, ଭିଜିଲାନ୍ସ, ଏଇ ଟି ବିଭାଗ ଦ୍ଵାରା ଯଦି ଚଢ଼ାଉ କରାଯାଏ ତେବେ ଅନେକ ସରକାରୀ ବାବୁଙ୍କ ଭଦ୍ର ମୁଖା ଖୋଲିବା ସହିତ ଜିଲ୍ଲା ରେ ବାଟ ମାରଣା ହେଉଥିବା ରାଜସ୍ୱ କ୍ଷତି କୁ ରୋକା ଯାଇ ପାରନ୍ତା ବୋଲି ସାଧାରଣ ରେ ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.