ନୟାଗଡ ଜିଲ୍ଲା କୁ ପର୍ଯ୍ୟଟକ ଙ୍କ ସୁଅ ଛୁଟୁଛି :୩ବର୍ଷରେ ମାତ୍ର ୧୫ଲକ୍ଷ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଛନ୍ତି…

ଭିତ୍ତିଭୂମି ଅଭାବ ଯୋଗୁଁ ଆସୁନାହାନ୍ତି ବିଦେଶୀ ପର୍ଯ୍ୟଟକ…


ନୟାଗଡ଼: ଜଙ୍ଗଲ, ପାହାଡ ଘେରା ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ ନୟାଗଡ଼ ଜିଲ୍ଲାକୁ ପର୍ଯ୍ୟଟନ ଏବଂ ବଣଭୋଜି ନିମନ୍ତେ ଅନେକ ସ୍ଥାନ ରହିଥିବାରୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାର ମୁଖ୍ୟ ୧୪ ଟି ସ୍ଥାନକୁ ପର୍ଯ୍ୟଟକ ଅଧିକ ପରିମାଣରେ ଆସୁଛନ୍ତି । କଣ୍ଟିଲୋ ନୀଳମାଧବ ପୀଠ ଏବଂ ଏହାର ଆଖପାଖ ଅଞ୍ଚଳକୁ ୨୦୨୧ରେ ୯୦,୫୬୮ ଜଣ , ୨୦୨୨ରେ ୧,୬୨,୬୪୯ ଜଣ, ୨୦୨୩ରେ ୧,୯୪,୦୯୬ ଜଣ ପର୍ଯ୍ୟଟକ ଆସିଛନ୍ତି । ସେହିପରି ଓଡ଼ଗାଁ ଅଞ୍ଚଳର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ରଘୁନାଥ ଜୀଉ ମନ୍ଦିର, ବୁଢାବୁଢ଼ୀଆଣି ଡ୍ୟାମ, ବରକନ୍ୟା ଝରଣା ତଥା ଏହାର ଆଖପାଖ ଅଞ୍ଚଳ କୁ ୨୦୨୧ରେ ୯୪, ୭୬୭ ଜଣ, ୨୦୨୨ ରେ ୧,୦୫,୯୨୯ ଜଣ,୨୦୨୩ରେ୧,୩୬,୨୧୯ ଜଣ ପର୍ଯ୍ୟଟକ ଆସିଛନ୍ତି। ସରଣକୁଳ ଲଡୁବାବା ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ୨୦୨୧ରେ ୯୫,୫୫୦ଜଣ, ୨୦୨୨ରେ ୧,୬୨,୦୩୬ଜଣ, ୨୦୨୩ରେ ୧,୯୫,୦୮୫ଜଣ ପର୍ଯ୍ୟଟକ ଆସିଛନ୍ତି । ଖଣ୍ଡପଡ଼ା ବ୍ଲକ ସିଧାମୂଳା ରେ ଥିବା ଗୋକୁଳାନନ୍ଦ ପୀଠ କୁ ୨୦୨୧ ରେ ୪୨, ୨୩୬ଜଣ, ୨୦୨୨ ରେ ୫୯, ୭୧୯ଜଣ, ୨୦୨୩ରେ ୭୫,୦୫୮ ଜଣ ପର୍ଯ୍ୟଟକ ଆସିଛନ୍ତି । ସେହିପରି ଯୋଗୀ ଯୋଗିଆଣୀ ପୀଠକୁ ୨୦୨୧ରେ ୨୫,୧୮୩ ଜଣ, ୨୦୨୨ରେ ୫୦,୧୨୨ ଜଣ, ୨୦୨୩ରେ ୬୮, ୫୭୮ ଜଣ ପର୍ଯ୍ୟଟକ ଆସିଥିବାର ଜଣାପଡ଼ିଛି । ସେହିପରି ଅନ୍ୟ ପର୍ଯ୍ୟଟନ ସ୍ଥଳ ଗୁଡିକରେ ମଧ୍ୟ ପର୍ଯ୍ୟଟକ ବୃଦ୍ଧି ପାଇଛି। ଏହିପରି ଭାବେ ବିଗତ ୩ ବର୍ଷରେ ୧୫ଲକ୍ଷ ୫୭ ହଜାର, ୭୫୯ ଜଣ ପର୍ଯ୍ୟଟକ ନୟାଗଡ଼ ଜିଲ୍ଲାକୁ ଆସିଛନ୍ତି ।


ନୟାଗଡ଼ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ର ବିକାଶ ତଥା ଏହାର ଭିତ୍ତିଭୂମି ସୁଦୃଢ କରିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଆବଶ୍ୟକ ଭିତ୍ତିଭୂମି ଅଭାବ ଯୋଗୁଁ କୌଣସି ବିଦେଶୀ ପର୍ଯ୍ୟଟକ ଆସୁନାହାଁନ୍ତି ।ବିଗତ ୩ବର୍ଷ ମଧ୍ୟରେ କୌଣସି ନୂଆ ହୋଟେଲ ଖୋଲିନାହିଁ ତେଣୁ ବିଦେଶୀ ପର୍ଯ୍ୟଟକ ବ୍ୟତୀତ ବହୁ ଦୂରରୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଏଠାକୁ ଆସିବାକୁ ଇଛା ପ୍ରକାଶ କରୁନାହାନ୍ତି ।

nis-ad
Leave A Reply

Your email address will not be published.