ସାମ୍ୟବାଦୀ ନେତା ସାଥି ସୁଧାଂଶୁ ଶେଖର ପଣ୍ଡାଙ୍କ ଶୋକସଭା

ବ୍ରହ୍ମପୁର : ବର୍ଷିଆନ କମ୍ୟୁନିଷ୍ଟ ନେତା, ଦକ୍ଷିଣବାର୍ତ୍ତା ର ସମ୍ପାଦକ ତଥା ଗଞ୍ଜାମ ବାର ଏସୋସିଏସନ ର ପୂର୍ବତନ ସଭାପତି ସାଥି ସୁଧାଂଶୁ ଶେଖର ପଣ୍ଡାଙ୍କ ଅକାଳ ବିୟୋଗରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ଓ ନବୀନ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ଠାରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଜଣେ ସାହସୀ, ନିସ୍ଵାର୍ଥପର ଓ ଆଦର୍ଶବାନ ବ୍ୟକ୍ତିତ୍ୱଙ୍କୁ ବ୍ରହ୍ମପୁର ସହର ହରାଇ ବସିଲା l ୧୯୬୮ରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଅଖିଳ ଭାରତୀୟ ଛାତ୍ର ସଂଘ ସହ ସାମିଲ ହୋଇ ଖଟିଖିଆ ମେହନତି ମଣିଷଙ୍କ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରିଆସିଛନ୍ତି l ବ୍ରହ୍ମପୁରର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସୁରକ୍ଷା ଆଦି କ୍ଷେତ୍ରରେ ବିଭିନ୍ନ ଜନ ଆନ୍ଦୋଳନ ସହ ସୁଧାଂଶୁ ବାବୁ ରହିଥିଲେ ଓ ଉଚିତ ମାର୍ଗ ଦର୍ଶନ କରୁଥିଲେ l ଓକିଲାତି କ୍ଷେତ୍ରରେ ବି ସବୁବେଳେ ଲୋକଙ୍କୁ ନ୍ୟାୟ ଦେବାରେ ଅହରହ ସଂଘର୍ଷ କରୁଥିଲେ l ତାଙ୍କ ସ୍ମୃତି ସଭାରେ ଆଜି ନବୀନ ର ସମ୍ପାଦକ ରବିରଥ, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ସଂଗଠନ ର ନେତା କାମରାଜୂ ମହାରଣା, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ମଂଚାସୀନ ଥିଲେ l ବ୍ରହ୍ମପୁର ସହର ପାଇଁ ତଥା ଗରିବ ଜନତାଙ୍କ ଅଧିକାର ପାଇଁ ଲଢେଇ କ୍ଷେତ୍ରରେ ସୁଧାଂଶୁ ବାବୁ ଅମର ହୋଇ ରହିବେ ବୋଲି ଆଜି ମତ ପ୍ରକାଶ ପାଇଛି l ଅନ୍ୟ ମାନଙ୍କ ମଧ୍ୟରେଗଞ୍ଜାମ ବାର ଏସୋସିଏସନ ର ପୂର୍ବତନ ସଭାପତି ମିନତୀ ରଥ,ମହିମାର ସମ୍ପାଦକ ଶିବ ସୁନ୍ଦର ରଥ, ରବୀନ୍ଦ୍ର କୁମାର ନାୟକ, ବୃନ୍ଦାବନ ଖଟେଇ, ଡ଼ଃ.ଶିବ ପ୍ରସାଦ ମିଶ୍ର,ସୁଶାନ୍ତ କର, ହୃଷିକେଶ ପାତ୍ର, ପି. ନାଗେଶ୍ୱର ରାଓ,କବିରାଜ ସାହୁ, ସୁରଥ ପଟ୍ଟନାୟକ,ଆପ ର ନେତା ଆଦିତ୍ୟ ନାରାୟଣ ରଥ,ମାନସ ରଞ୍ଜନ ତ୍ରିପାଠୀ,ରଞ୍ଜନ କୁମାର ସାହୁ, ରାକେଶ କୁମାର ପଣ୍ଡା,କେ. ସନ୍ତୋଷ କୁମାର ପାତ୍ର, ପଙ୍କଜ କୁମାର ପାଣିଗ୍ରାହୀ,ସାଧୂ ଚରଣ ବେହେରା, ପବିତ୍ର କୁମାର ଚୌଧୁରୀ,ଅଶୋକ କୁମାର ଦଳାଇ ପ୍ରମୁଖ ସାଥି ସୁଧାଂଶୁ ପଣ୍ଡାଙ୍କ ଉଧେଶ୍ୟରେ ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

nis-ad
Leave A Reply

Your email address will not be published.