ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଜଗଦଲପୁର | ବସ୍ତର ଅଂଚଳ ଦାନ୍ତେୱାଡା ଜିଲ୍ଲାରେ ଏକ ଅତ୍ୟନ୍ତ ଏକ ଦୁଃଖଦ ଖବର ମିଳିଛି । ନକ୍ସଲ ଦମନ ଅଭିଯାନରେ ସାମିଲ ଯବାନଙ୍କ ଗାଡିକୁ ଆଇଡି ଲଗାଇ ବିସ୍ଫୋରଣରେ କରିଥିଲେ ନକ୍ସଲ । ଏହି ବିସ୍ଫୋରଣରେ ଜଣେ ଡ୍ରାଇଭରଙ୍କ ସମେତ ୮ ଜଣ ଜବାନ ସହିଦ ମଧ୍ୟ ସହିଦ ହୋଇଛନ୍ତି। ଏହି ଡିଆରଜି ଜବାନ ମାନେ ଏକ ପିକଅପ ଭ୍ୟାନ ଯୋଗେ ମାନେ ରାସ୍ତା କ୍ଲିୟରେନ୍ସ ଓ ସର୍ଚ୍ଚ ଅପରେସନ ଚଳାଇ ଥିବାବେଳେ ଦାନ୍ତେୱାଡା ଜିଲ୍ଲା କୁଟୁରି ଗ୍ରାମ ରାସ୍ତା ଆମ୍ବେଲି ନାଳ ନିକଟରେ ଗାତ ଖୋଳି ଆଇଡି ଲଗାଇ ଏହି ବିସ୍ଫୋରଣ ଘଟାଇ ଥିଲେ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡିର ବିଭିନ୍ନ ଅଂଶ ଵିକ୍ଷିପ୍ତ ହୋଇ ପଡ଼ିଥିଲା । ଏହି ଘଟଣା ପରେ ଏହି ଅଞ୍ଚଳ କୁ ବିଜାପୁର ଓ ଦାନ୍ତେୱାଡାରୁ ଅତିରିକ୍ତ ଜବାନ ପ୍ରେରଣ କରାଯିବା ସହିତ ଏହି ଅଞ୍ଚଳରେ ଖାନ ତଲାସୀ ଜାରୀ ରହିଥିବା ଖବର ମିଳିଛି ।
Sign in
Sign in
Recover your password.
A password will be e-mailed to you.