ଉମରକୋଟ /ରାଇଘର ( ୦୩/୦୧/୨୦୨୫) : ତୁରୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ନୀଳିଗିରି ଜଙ୍ଗଳର ପାଦ ଚଲା ରାସ୍ତାର ପାର୍ଶରେ ଅତି ବିଭତ୍ସ ଅବସ୍ଥାରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ି ରହିଛି ମୃତ ଦେହ। ସୂଚନା ପ୍ରକାରେ ଡୋସ୍କା ମାରକାମ ଆନୁମାନିକ ବୟସ ୨୦ ବର୍ଷ, ପିତା ବସନ୍ତ ମାରକାମ ତୁରୁଡ଼ିହି ଆଦିବାସୀ ଗ୍ରାମର। ସେ ରାଇଘର ଆଇଟିଆଇ ଟ୍ରେନିଂ ସ୍କୁଲରେ ପଡୁଛନ୍ତି। ଗତ ୧ ତାରିଖ ଦିନ ଘରକୁ ଆସି ଅପରାହ୍ନରେ ଭୋଜିଭାତ ଖାଇ ଘରକୁ ଯାଇ ପୁଣି ସନ୍ଧ୍ୟାବେଳେ ଘରରୁ ବାହାରି ଆଉ ଘରକୁ ଯାଇ ନାହାନ୍ତି ତାଙ୍କର ଗ୍ରାମ୍ୟ ଜେଜ ବାବାଙ୍କ କହିବା କଥା ।
ମୁଣ୍ଡର ପଛ ପଟେ ମୁଣ୍ଡ ଫାଟିବା ଓ ମୁହଁର ପାଟିରେ ଗଭୀର କ୍ଷତ ହୋଇ ରକ୍ତ ବାହାରି ମୁଣ୍ଡ, ହାତ, ସାର୍ଟ ସବୁ ବାଲି ମାଟିରେ ପରିପୂର୍ଣ, ଚିହ୍ନି ହେଉନାହିଁ। ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ସ୍ଥାନୀୟ ସେଠାରେ ଦେଖିବା ଲୋକଙ୍କ କହିବା ସହିତ ତୁରୁଡ଼ିହି ଆଦିବାସୀ ଗ୍ରାମର ଲୋକଙ୍କ ଅନୁମାନ।
ଆଜି ସକାଳେ ହାନ୍ଦାପାରା ଗ୍ରାମର ମହିଳା ମାନେ କାଠ ସଂଗ୍ରହ କରିବାକୁ ଆସି ପ୍ରଥମେ ଏହି ପରି ଲାଶ ପଡିଥିବା ଦେଖି ଭୟଭିତ ହୋଇ କାଠ ସଂଗ୍ରହ ନ କରି ଘରକୁ ଯାଇ କହିବାରୁ କଥା ଲୋକଲୋଚନକୁ ଆସିଥିଲା। ଖବର ପାଇଁ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସେଠି ସଦଳବଳେ ଘଟଣା ସ୍ତଳରେ ପହଁଞ୍ଚି ଅଧିକ ରୁ ଅଧିକ ତତ୍ତ୍ୱ ସଂଗ୍ରହ କରିବାକୁ ଦେଖିବାକୁ ମିଳିଲା।