ଯାତ୍ରୀବାହୀ ଅଟୋ ଦୁର୍ଘଟଣା : ଚାଳକ ମୃତ

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସନ୍ତୋଷୀ ମା’ ମନ୍ଦିର ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୦୬୯୭) ଦୂର୍ଘଟଣାରେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହିଞ୍ଜିଳି ସାରୁ ଗ୍ରାମର ଶିବଶଙ୍କର ପାତ୍ର (୩୭) । ପ୍ରକାଶ ଯେ, ଶନିବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଶିବଶଙ୍କର ନିଜ ଯାତ୍ରୀବାହୀ ଅଟୋ ଯୋଗେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସନ୍ତୋଷୀ ମା’ ମନ୍ଦିର ନିକଟରେ ରାଜପଥ ପ୍ବାର୍ଶ୍ବରେ ଥିବା ଏକ ମାଟି ଗଦା ସହ ଧକ୍କା ଘଟି ଅଟୋଟି ଓଲଟି ପଡ଼ିଥିଲା। ଦୂର୍ଘଟଣା ସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେହି ରାସ୍ତା ଦେଇ ଯାତାୟତ କରୁଥିବା କିଛି ଲୋକେ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ଅଟୋ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ଅଟୋକୁ ଜବତ କରିଛି। ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି। ରବିବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି। ତେବେ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ମାଟିଗଦା ସହ ଧକ୍କା ଘଟିଛି ନା କୈାଣସି ଗାଡି ଅଟୋକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି, ତାହା ସନ୍ଦେହ ଘେରରେ ରହିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

nis-ad
Leave A Reply

Your email address will not be published.