ରେଡିଓ ସ୍ୱାତୀର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ

ଫୁଲବାଣୀ : ସମାଜରେ ବରିଷ୍ଠ ନାଗରୀକ ଓ ବୟୋବୃଦ୍ଧ ମାନଙ୍କ ପ୍ରତି ଅବହେଳା ବୃଦ୍ଧି ପାଉଥିବାରୁ ସେମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି ଏବଂ ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି । ବୟୋବୃଦ୍ଧ ମାନେ ହେଉଛନ୍ତି ଆମ ସମାଜର ମୁଖ୍ୟ ପୃଷ୍ଠପୋଷକ ଏବଂ ସେମାନଙ୍କର ମାନସିକ ଓ ସ୍ୱାସ୍ଥ୍ୟଗତ ସୁରକ୍ଷା ଆମ୍ଭମାନଙ୍କର ସାମାଜିକ ଉତ୍ତର ଦାୟିତ୍ୱ ବୋଲି ସ୍ୱାତୀର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣୀ କହଁର କହିଛନ୍ତି । ସ୍ୱାତୀ ଅନୁଷ୍ଠାନ ଦ୍ୱାରା ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡ ଠାରେ ରେଡିଓ ସ୍ୱାତୀ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯାଇ କନ୍ଧମାଳ ଜିଲ୍ଲାର ଜୀବନଜୀବିକା, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସଂପର୍କିତ ତଥ୍ୟ ଓ ସୂଚନା ୯୦.୮ ଏଫ୍.ଏମ ଯୋଗେ ପ୍ରସାର କରାଯାଉଛି । ଆଜି ଏହାର ପ୍ରଥମ ସ୍ୱନକ୍ଷତ୍ର ଉସôବରେ ସ୍ୱାତୀର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟକରୁଥିବା କର୍ମୀ ମାନଙ୍କ ସହ ଅଙ୍ଗନବାଡି, ଆଶା, ସ୍ୱାସ୍ଥ୍ୟସହାୟିକା, ମହିଳାଦଳ ସଦସ୍ୟା ମାନେ ଯୋଗଦେଇ ଅନୁଷ୍ଠାନର ସମାଜିକ ଉତର ଦାୟିତ୍ୱ ସହ ବୟସ୍କ ମାନଙ୍କ ସହାୟତା ଓ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ ।
ଆଲୋଚନା ଆରମ୍ଭରେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସିଂହଙ୍କ ବିୟୋଗରେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା । ଏହାପରେ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି ଅନୁଷ୍ଠାନର କାର୍ଯ୍ୟକ୍ରମ ସହ ଜନସଚେତନତା ସୃଷ୍ଟି ଦିଗରେ ରେଡିଓ ସ୍ୱାତୀର ଭୂମିକା ସଂପର୍କରେ ବିଧାୟକ ଓ ଅଂଶଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ । ବର୍ତମାନେ ରେଡିଓ ସ୍ୱାତୀ ମାଧ୍ୟମରେ କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳତ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ( ଅଭୟ) ସଂପର୍କରେ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ସଂପାଦକ ହରିଶଙ୍କର ରାଉତ ସୂଚନା ଦେଇଥିଲେ । ବିଧାୟକ ଶ୍ରୀ କହଁର ନିଜେ ମଧ୍ୟ ବୟୋବୃଦ୍ଧ ମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନା ଜଣାଇବା ପାଇଁ ରେଡିଓ ବର୍ତା ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ସ୍ୱାତୀ ଦ୍ୱାରା ପରିଚାଳତ ବିଭିନ୍ନ କାର୍ଯ୍ୟକ୍ରମ ସହ ସଂପୃକ୍ତ ଗୋଷ୍ଠୀ ସାଧନ ବ୍ୟକ୍ତି ମାନଙ୍କୁ ବିଧାୟକ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ ସ୍ୱାଇଁ ଶିବିର ପରିଚାଳନା କରିଥିଲେ । ଏହି ଶିବିର ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ ବୋଲି ଜଣାଯାଇଛି ।

nis-ad
Leave A Reply

Your email address will not be published.