ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା (ସ୍ୱାଭିମାନ )ଅଞ୍ଚଳରୁ ହାର୍ଡକୋର ୩ ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସ କୁ ମିଳିଛି ସଫଳତା । ଗୁଇନ୍ଦା ସୂତ୍ରକୁ ଆଧାର କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମରେ ପ୍ରାୟ ୬ ରୁ ୭ ମାଓବାଦୀ ଙ୍କ ସମାଗମ ହୋଇଥିଲା । ପୁନର୍ବାର ଚିତ୍ରକୋଣ୍ଡା ଅଞ୍ଚଳରେ ନକ୍ସଲ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ହେଉଥିବା ଏହି ଯୋଜନା ର ଖବର ପାଇ ଜିଲ୍ଲା ପୋଲିସ ଓ ଡି ଭି ଏଫ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ କରିଥିଲେ । ଅପରେସନ ସମୟରେ ୩ରୁ୪ ମାଓବାଦୀ ଖସି ଯାଇଥିବା ବେଳେ ୩ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲେ ଓ ସେମାନଙ୍କ ନାମରେ ଆଠ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣାପଡିଛି। ପୋଲିସ ଦ୍ବାରା ୩ ଜଣ ହାର୍ଡ କୋର ମହିଳା ମାଓବାଦୀ ଗିରଫ ହୋଇଥିବା ବେଳେ ବହୁ ମାଓ ଗତିବିଧି ଓ ଗୁଳିବିନିମୟ ରେ ସାମିଲ ଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ନୀତି ଶେଖର। ସେମାନେ ଥିଲେ ଆନ୍ଧ୍ର ଓଡିଶା ବୋର୍ଡର ସାଉଥ ଜୋର୍ଣ୍ଣାଲ କମିଟି ମିଲେଟ୍ରି ପ୍ଲାଟୁନ ର ହାର୍ଡ କୋର ମାଓବାଦୀ। ଗିରଫ ମହିଳା ମାଓବାଦୀ ହେଲେ ମହିଳା ମାଓ ନେତ୍ରୀ ସ୍ବପ୍ନା ACM କ୍ୟାଡ଼ର ହୋଇଥିବା ବେଳେ ତାଙ୍କ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଅନ୍ୟ ଦୁଇ ମହିଳା ମାଓବାଦୀ କମଲା ଓରଫ ବବିତା ପାର୍ଟି ମେମ୍ବର ଭାବେ କାମ କରିଥିବା ବେଳେ ତାଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା , ମହିଳା ମାଓବାଦୀ ପ୍ରଭାବିତ ସୁସ୍ମିତା ଓରଫ ସୁନିତା ସେ ଟପଲିଡ଼ର ମାଓବାଦୀ ଉଦୟର ଅଙ୍ଗ ରକ୍ଷକ ଭାବେ କାମ କରୁଥିଲେ। ତାଙ୍କ ନାମରେ ମଧ୍ୟ ୨ ଲକ୍ଷ ଟଙ୍କା ପୁରସ୍କାର ଥୂବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ତିନି ମହିଳା ମାଓବାଦୀ ଙ୍କ ନାମରେ ସର୍ବମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାଓବାଦୀ ଙ୍କ ତଲାସୀ ସହ ଚିତ୍ରକୋଣ୍ଡା (ସ୍ୱାଭିମାନ) ଅଞ୍ଚଳରେ ମାଓ ଗତିବିଧି କୁ ପୁନର୍ବାର ଆରମ୍ଭ କରିବାକୁ ଦିଆଯିବ ନାହିଁ ବୋଲି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.