ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିଥିଲା ଭିଜିଲାନ୍ସ l ମାତ୍ର ଭିଜିଲାନ୍ସ ଟିମକୁ ଚକମା ଦେଖାଇ ଥାନାରୁ ଫେରାର ମାରିଲେ ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ l ସେପଟେ ଗ୍ରାମରକ୍ଷୀକୁ ଅଟକ ରଖି ଏଏସଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ଭିଜିଲାନ୍ସ l

ସୂଚନା ଅନୁସାରେ, ଗୋଇରାପଦର ଗାଁର ପ୍ରଭା ପୂଜାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ l ଏସଂପର୍କରେ ଖବର ପାଇ ଆକ୍ସନକୁ ଆସିଥିଲା ଭିଜିଲାନ୍ସ । ତେବେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଗ୍ରାମରକ୍ଷୀଙ୍କୁ ଧରିଥିବା ବେଳେ ଥାନାରୁ ଚମ୍ପଟ ମାରିଛନ୍ତି ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । ଭିଜିଲାନ୍ସ ଟିମ ଗ୍ରାମରକ୍ଷୀକୁ ଧରିଥିବା ସହ ଏଏସଆଇଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

nis-ad
Leave A Reply

Your email address will not be published.