୨୦୨୯ ବେଳକୁ ଦେଶରେ ଟୁରିଜିମ୍ ହବ୍ ହେବ ଓଡ଼ିଶା

ଭୁବନେଶ୍ବର: ଏବେ ଓଡିଶାର ପର୍ଯ୍ୟଟନସ୍ଥଳୀ ଗୁଡିକ ଆଉ ଲୁକ୍କାଇତ ହୋଇରହିବନି । ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । କାରଣ ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏଭଳି କିଛି ଦୃଢ଼ୋକ୍ତି ବାଢିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା କହିଛନ୍ତି ଯେ, ଓଡ଼ିଶା। ଏବେ ପର୍ଯ୍ୟଟନ କ୍ଷେତ୍ରରେ ୧୭ ନମ୍ବର ସ୍ଥାନରେ ଅଛି । ୨୦୨୫ ସରିବା ବେଳକୁ ଏହା ୧୭ ରୁ ୭ ନମ୍ବର ହେବ ଏବଂ ୨୦୨୯ ବେଳକୁ ଓଡ଼ିଶା ୩ ନମ୍ବର ହେବ ବୋଲି ଦମ୍ଭର ସହ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ ଓପନ ହେବ । ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳରେ ଭରି ରହିଥିବା ପ୍ରାଚୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ରୁ ୮ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ’ ।

nis-ad
Leave A Reply

Your email address will not be published.