ଆସନ୍ତା ୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରି ବାବୁ କମ୍ଭାମପତି

ଭୁବନେଶ୍ବର: ଜାନୁଆରୀ ୩ ତାରିଖରେ ଶପଥ ଗ୍ରହଣ କରିବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ଏନେଇ ଆସନ୍ତାକାଲି ଭୁବନେଶ୍ୱର ଆସିବେ ନୂଆ ରାଜ୍ୟପାଳ । ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ସୂଚନା ଅନୁଯାୟୀ ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଗୁରୁବାର ଅପରାହ୍ଣ ୩ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ । ଏହା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ହରି ବାବୁ କମ୍ଭମପତି ୨୦୨୧ ଜୁଲାଇ ୧୯ତାରିଖରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ତେବେ ନିକଟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ଥାନରେ ମିଜୋରାମର ରାଜ୍ୟପାଳ ଥିବା ଡକ୍ଟର ହରି ବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ।

nis-ad
Leave A Reply

Your email address will not be published.