ରୁବେନଙ୍କ କଲମରୁ ନବୀନଙ୍କ ଜୀବନୀ: ସମୀର କହିଲେ, ଦ୍ବିମତ ନାହିଁ

ଭୁବନେଶ୍ବର: ୨୦୨୪ରେ ୨୪ ବର୍ଷ ସରକାରର ପତନ ପରେ ଏହାରି ଉପରେ ଆଧାରିତ ଏକ ପୁସ୍ତକ ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଳୋଭପାତ କରିଯାଇଛି । ଯାହାର ନାମ ‘ନବୀନ ପଟ୍ଟନାୟକ-ଦ ଅଥରିଟେଟିଭ୍‌ ବାୟୋଗ୍ରାଫି ରିଭାଇଜଡ୍‌ ଆଫ୍ଟର୍‌ ୨୦୨୪ ଇଲେକ୍ସନ୍‌ସ’ ରହିଛି । ତେବେ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରମୁଖ ।

ରୁବେନଙ୍କ ବହିକୁ ନେଇ ପ୍ରତିକ୍ରିୟା ରଖି ବିଜେପି ନେତା ତଥା ପୂର୍ବତନ ବିଜେଡି ନେତା ସମୀର ରଞ୍ଜନ ଦାଶ କହିଛନ୍ତି, ରୁବେନ ବାନାର୍ଜୀ, ନବୀନ ବାବୁ ଓ ବିଜେଡିକୁ ଭଲଭାବେ ଜାଣିଛନ୍ତି । ପୁସ୍ତକରେ ପାଣ୍ଡିଆନଙ୍କ କୋଟେରୀ ବାବଦରେ ଯାହା ଲେଖିଛନ୍ତି ସେଥିରେ ଦ୍ବିମତ ନାହିଁ । ମୋର ଭୁଲନଥିବା ସତ୍ତ୍ବେ କୋଟେରୀ ଗ୍ରୁପ୍‌ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟିଲା । ଅଫିସରଙ୍କ ଦ୍ବାରା ଖାଲି ଗ୍ରୁପ୍‌ ଚାଲିଥିଲା ସେଥିରେ ରାଜନେତାଙ୍କ ସମ୍ପୃକ୍ତି ନଥିଲା । ଆଉ ନବୀନ ବାବୁଙ୍କ ସମର୍ଥନ ବି ପାଣ୍ଡଆନଙ୍କ ପ୍ରତି ଥିଲା । କୋଟେରୀ ଗ୍ରୁପ୍‌ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି କହିଛନ୍ତି ସମୀର ।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରୁବେନଙ୍କ ମତକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ।  କହିଛନ୍ତି, ରୁବେନ ବାନାର୍ଜୀ ଜଣେ ପ୍ରତିଷ୍ଠିତ, ଅଭିଜ୍ଞ ସାମ୍ବାଦିକ ଏବଂ ସମାଲୋଚକ । ବହିରେ ଯେଉଁ ତଥ୍ୟ ଦେଇଛନ୍ତି ଅନେକ ସୂତ୍ରରୁ ସେ ତଥ୍ୟ ସଂଗ୍ରହ କରିଥିବେ । ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ନିରୀକ୍ଷଣ କରିଛନ୍ତି ରୁବେନ୍ । ସେ ସୁଚିନ୍ତିତ ମତ ଦେଇଥିବେ । ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି, ଯାହା ତଥ୍ୟ ରହିଛି ତାହା ରଚନା କରିଛନ୍ତି ବୋଲି କହିଛନ୍ତି ପ୍ରସନ୍ନ ।

nis-ad
Leave A Reply

Your email address will not be published.