ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ସକାଳୁ ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା ।

ତେବେ ବିଜୟ ମହାନ୍ତି ଆଜି ସକାଳୁ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କ ସଂପର୍କୀୟ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ତାଙ୍କ ମରଶରୀର ବିଧାନସଭା ଏବଂ ପର୍ଯ୍ୟାୟକ୍ରମେ ପାର୍ଟି ଅଫିସକୁ ନେବା ପରେ ପରେ ଶେଷକୃତ ସମ୍ପନ ହେବ ।

ତେବେ ବାଦଲ ଭାଇ ଭାବେ ବେଶ୍ ଜଣାଶୁଣା ଥିବା ଅଣବିବାଦୀୟ ତଥା ମେଳାପି ନେତା ବିଜୟ ମହାନ୍ତି ଦୁଇ ଦୁଇ ଥର ଭୁବନେଶ୍ବର (ମଧ୍ୟ) ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ ଜିତି ସେ ୧୪ ଏବଂ ୧୫ ତମ ବିଧାନସଭାକୁ ଯାଇଥିଲେ ।

nis-ad
Leave A Reply

Your email address will not be published.