ବଲାଙ୍ଗିର : ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର BBMCH ପରିଷଦରୁ ଉଦ୍ଧାର ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ। ହାତରେ ସାଲାଇନ୍ ଲାଗିଥିବାରୁ ରୋଗୀ ହୋଇଥିବା ସନ୍ଦେହ କରାଯାଉଛି।ଯୁବକଙ୍କ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ । ମୃତକଙ୍କ ନିକଟରୁ ଏକ ମେଡିକାଲ ପ୍ରେସକ୍ରିପସନ୍ ମିଳିଛି l ସେଥିରେ ଅଗସ୍ତି ଯାନୀ ଲେଖାଯାଇଛି। ଏହା ସହ ମୃତକଙ୍କ ଘର ଟିଟିଲାଗଡ଼ରେ ଜଣାପଡିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.