ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଓଡ଼ିଶାର, ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ…

ରାଇଘର (୧୫/୧୨/୨୦୨୪) ନବରଙ୍ଗପୁର ଜିଲ୍ଲା ପୋଲିସ୍ ପ୍ରଶାସନକୁ ମିଳିଛି ବଡ଼ ସଫଳତା, ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଅବକାରୀ ବିଭାଗର ଏକ ମିଳିତ ଟିମ୍ ଅଚାନକ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ପରିବା ଚାଷ କରିଥିବା ସହ ତାହା ଭିତରେ ଲଗାଇଥିବା ଗଞ୍ଜେଇ ଗଛ କୁ ମିଳିତ ପ୍ରଶାସନ ଉପାଡି ନଷ୍ଟ କରି ଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଛତିଶଗଡ ସୀମାନ୍ତବର୍ତ୍ତୀ କୁନ୍ଦେଇ ଥାନା ଅନ୍ତର୍ଗତ ଧୁଙ୍ଗିଆଡିହି, ପଖନାପାରା, ଓ ଖାଲେପାରା ଗ୍ରାମର କିଛି ଲୋକଙ୍କ ଚାଷ ଜମିରେ ପନିପରିବା ଚାଷ କରିବା ସହ ଗଞ୍ଜେଇ ଚାଷ କରାଯାଇଥିବା ବିଶେଷ ସୂତ୍ରରୁ ଖବର ପାଇ ଭୋର ସକାଳେ ପ୍ରଶାସନର ଏକ ମିଳିତ ଟିମ ଅଚାନକ ଚଢ଼ାଉ କରି ହଜାର ହଜାର ଗଞ୍ଜେଇ ଗଛକୁ ଉପାଡ଼ି ପୋଡି ନଷ୍ଟ କରି ଦେଇଛନ୍ତି,ଯାହାର ମୂଲ୍ୟ ଆନୁମାନିକ ତିନି କୋଟିର ଉର୍ଦ୍ଧ ହେବ କହି ସବିଶେଷ ଖବରରୁ ପ୍ରକାଶ।ପ୍ରଶାସନର ଏହି ମିଳିତ ଟିମ ରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଆଦିତ୍ୟ ସେନ୍, ଉମରକୋଟ ଏସ୍.ଡି.ପି.ଅ ମିନାକ୍ଷୀ ଠାକୁର,କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର

ସେଠୀ,ଉମରକୋଟ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ଅବକାରୀ ଅଧିକାରୀ ରଞ୍ଜୁଲତା ବାରିକ୍ ,ବନବିଭାଗର ଟିମ୍, କୁନ୍ଦେଇ ଆର.ଆଇ ଜ୍ୟୋତିର୍ମୟ ଚୌଧୁରୀ , ଦେଓଭରଣ୍ଡି ଆର.ଆଇ ରେଖା କାଞ୍ଜିଲାଲ, ପରଚିପାରା ଆର.ଆଇ ପ୍ରେମ ସାଗରଙ୍କ ସହ ସ୍ଥାନୀୟ କୁନ୍ଦେଇ ପୁଲିସ ର ଏକ ମିଳିତ ଟିମ୍ ଛତିଶଗଡ ସୀମାନ୍ତବର୍ତ୍ତୀ ଓଡ଼ିଶାର ଖାଲେପାରା ଗ୍ରାମର ସନ୍ତୁରାମ ଗଣ୍ଡଙ୍କ ଘର ଵାଡ଼ି ରେ ଲାଗି ଥିବା ହଜାର ହଜାର ଗଞ୍ଜେଇ ଗଛ କୁ ନଷ୍ଟ କରିଥିଲେ l ପରେ ଧୂଙ୍ଗିଆଡ଼ିହି,ଖାଲେପାରା ଓ ପଖନାପାରା ବିଭିନ୍ନ ଗ୍ରାମରେ ପନିପରିବା ଚାଷ ଜମିରେ ଲଗାଇଥିବା ପ୍ରାୟ ଚାରି ହଜାର ରୁ ଉର୍ଦ୍ଧ ଗଞ୍ଜେଇ ଗଛ କୁ ନଷ୍ଟ କରିଥିବା ସହ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଉଲ୍ଲେଖଥାଉ ବିଗତ ବର୍ଷ ମଧ୍ୟ ଏହି ସବୁ ଗ୍ରାମରେ ପ୍ରଶାସନ ଓ ଅବକାରୀ ବିଭାଗ ଗଞ୍ଜେଇ ଗଛ ଉପାଡି ନଷ୍ଟ କରିବା ସହିତ ପଡିଥିଲେ।

nis-ad
Leave A Reply

Your email address will not be published.