ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା, ପରକୀୟା ପ୍ରୀତି ଯୋଗୁଁ ଏପରି କାଣ୍ଡ ଘଟାଇଛନ୍ତି ସ୍ଵାମୀ

ରାଉରକେଲା: ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପଶ୍ଚିମାଞ୍ଚଳ ଡିଆଇଜି । ସେପଟେ ମହିଳାଙ୍କ ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ଗିରଫ । ମହିଳାଙ୍କ ନଣନ୍ଦେଇ ଜଣେ ପୋଲିସ ଏଏସଆଇ । ତେବେ ଅଭିଯୁକ୍ତ ସ୍ବାମୀ ଗୁଳି କରିଥିବା ନେଇ ସୂଚନା ଦେଇଛି ପୋଲିସ । ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି ।

ପୋଲିସର ସୂଚନା ଅନୁସାରେ, ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ନିଜେ ମର୍ଡର କରିଛନ୍ତି । ଗତ କିଛି ଦିନ ହେବ ଅନ୍ୟ ମହିଳାଙ୍କ ସହ ସଂପର୍କରେ ଥିଲେ ସ୍ଵାମୀ ଦେବେନ ବେହେରା । ଏହା ଜାଣିପାରି ପ୍ରତିବାଦ କରୁଥିଲେ ସ୍ତ୍ରୀ । ସ୍ତ୍ରୀ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ସମୟ ପାଟିତୁଣ୍ଡ ହେଉଥିଲା । ଏହି ପାଟିତୁଣ୍ଡ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲେ ସ୍ଵାମୀ । ତେବେ ଅଭିଯୁକ୍ତ ସ୍ଵାମୀଙ୍କୁ ଗିରଫ କରୁଥିଲେ ମୃତ ମହିଳାଙ୍କ ନଣଦେଇ । ମହିଳାଙ୍କ ନଣଦେଇ ଜଣେ ପୋଲିସ ଏସଆଇ ।

ସେ ଘଟଣାକୁ ଲୁଚାଇବାକୁ ଦେବେନଙ୍କୁ ସାହାଯ୍ୟ କରିଥିଲେ । ଜେରା ବେଳେ କଣ କୁହାଯିବ, ହତିଆର କେଉଁଠି ଲୁଚାଯିବ ଏ ସବୁକୁ ନେଇ ସାହାଯ୍ୟ କରିଥିଲେ । ବର୍ତ୍ତମାନ ଦୁହେଁଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସଂପୃକ୍ତ ଏଏସଆଇଙ୍କୁ ସସ୍‌ପେଣ୍ଡ କରାଯିବ ବୋଲି କହିଛନ୍ତି ଡିଆଇଜି । ତେବେ ହତ୍ୟା ହଠାତ ଉତ୍ତେଜନାରୁ ହୋଇ ନଥିଲା, ଏହା ଯୋଜନାବଦ୍ଧ ଥିଲା ବୋଲି ସୂଚନା ଦେଇଛନ୍ତି ଡିଆଇଜି । ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ।

ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ବିତ ରାତିରେ ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ଗୁଳି ମାରିଦେଲେ ୨ ଦୁର୍ବୃତ୍ତ। ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ। ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ। ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନାରେ ମନଗଢା କାହାଣୀ କହି ଏତଲା ଦେଇଥିଲେ ମୃତ ମହିଳାଙ୍କ ସ୍ଵାମୀ । ପରେ ମାମଲାର ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।

nis-ad
Leave A Reply

Your email address will not be published.